www.samajalive.in
Saturday, December 6, 2025
17.1 C
Bhubaneswar

ବୌଦ୍ଧ ଭିକ୍ଷୁଙ୍କ ଅନ୍ତିମ ସଂସ୍କାରରେ ଶବକୁ କାହିଁକି କରାଯାଏ ଖଣ୍ଡ ଖଣ୍ଡ, କାହିଁକି କୁହନ୍ତି ଆତ୍ମ ବଳିଦାନ?

ସମାଜ ଡିଜିଟାଲ ଡେସ୍କ: ସମଗ୍ର ବିଶ୍ୱରେ ଅନେକ ଧର୍ମ ଅଛି ଏବଂ ସମସ୍ତଙ୍କର ନିଜସ୍ୱ ରୀତିନୀତି ଓ ପରମ୍ପରା ଅଛି। ଲୋକମାନେ ନିଜ ଧର୍ମ କିମ୍ବା ସମ୍ପ୍ରଦାୟ ଅନୁଯାୟୀ ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ପରମ୍ପରା ଓ ରୀତିନୀତିରେ ବାହାଘର, ପିଲାର ନାମକରଣ ଏବଂ ଅନ୍ୟାନ୍ୟ ଉତ୍ସବ ତଥା କାର୍ଯ୍ୟକ୍ରମମାନ କରନ୍ତି। ସେହିଭଳି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବାର ପ୍ରକ୍ରିୟା ମଧ୍ୟ ସବୁ ଧର୍ମରେ ଭିନ୍ନ ଭିନ୍ନ ହୋଇଥାଏ। କିନ୍ତୁ ତିବତ୍‌ରେ ବୌଦ୍ଧ ଧର୍ମର ଅନୁଗାମୀମାନଙ୍କ ଅନ୍ତିମ ସଂସ୍କାରର ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ। ସମୟ ସହିତ ଲୋକମାନେ କିଛି ପରମ୍ପରାକୁ ବଦଳାଇ ଦେଇଛନ୍ତି, କିନ୍ତୁ ବୌଦ୍ଧ ଧର୍ମରେ ଆଜି ବି ସେହି ପରମ୍ପରା ରହିଛି। ଏହିପରି ଏକ ପରମ୍ପରା ଅନୁଯାୟୀ, ବୌଦ୍ଧ ଧର୍ମରେ ସାଧୁ ସନ୍ଥଙ୍କ ସହ ସାଧାରଣ ଲୋକଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ଏଠାରେ ମୃତ୍ୟୁ ପରେ ଶବକୁ ପୋତାଯାଏ ନାହିଁ କିମ୍ବା ପୋଡ଼ାଯାଏ ନାହିଁ।

ବୌଦ୍ଧ ଧର୍ମରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତଦେହକୁ ଏକ ଉଚ୍ଚ ସ୍ଥାନକୁ ନିଆଯାଏ। ବୌଦ୍ଧ ଧର୍ମାବଲମ୍ବୀଙ୍କ କହିବାନୁସାରେ, ସେଠାରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆକାଶରେ ଶେଷ କରାଯାଏ। ସେଥିପାଇଁ ଶବକୁ ଅତି ଉଚ୍ଚ ଶିଖରକୁ ନିଆଯାଇଥାଏ। ତିବତରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ଅନ୍ତିମ ସଂସ୍କାର ପାଇଁ ପୂର୍ବରୁ ସ୍ଥାନ ରହିଥାଏ। ଶବ ପହଞ୍ଚିବା ପୂର୍ବରୁ ବୌଦ୍ଧ ଭିକ୍ଷୁ ବା ଲାମା ଶବଦାହ ସ୍ଥାନରେ ପହଞ୍ଚିଯାଆନ୍ତି। ଏହାପରେ ସ୍ଥାନୀୟ ପରମ୍ପରା ଅନୁଯାୟୀ ଶବକୁ ପୂଜା କରାଯାଏ। ତା’ପରେ ଜଣେ ସ୍ୱତନ୍ତ୍ର କର୍ମଚାରୀ ଶବକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତି। ଏହି ସ୍ଵତନ୍ତ୍ର କର୍ମଚାରୀଙ୍କୁ ବୌଦ୍ଧ ଧର୍ମାବଲମ୍ବୀମାନେ ରୋଗ୍ୟାପସ୍ ବୋଲି କୁହନ୍ତି। ଛୋଟ ଛୋଟ ଖଣ୍ଡ କରିବା ପରେ ରୋଗ୍ୟାପସ୍‌ ଯଅ ଅଟାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତି। ଏହାପରେ ଶବ ଖଣ୍ଡଗୁଡ଼ିକୁ ଏହି ମିଶ୍ରଣରେ ବୁଡ଼ାଯାଇ ତିବତର ପାହାଡ଼ ଶିଖରରେ ଥିବା ଶାଗୁଣା ଓ ଚିଲଙ୍କୁ ଖାଇବାକୁ ଦିଆଯାଏ। ଚିଲ ଓ ଶାଗୁଣା ଶବ ଖଣ୍ଡଗୁଡ଼ିକରୁ ମାଂସ ଖାଇଦେବା ପରେ ବଳକା ଅସ୍ଥିଗୁଡ଼ିକୁ ପେଶି ଗୁଣ୍ଡ କରାଯାଏ। ଏହି ଗୁଣ୍ଡକୁ ପୁଣି ଯଅ ଅଟାର ମିଶ୍ରଣରେ ବୁଡ଼ାଯାଏ ଓ ପକ୍ଷୀମାନଙ୍କ ଭୋଜନ ପାଇଁ ଛାଡ଼ିଦିଆଯାଏ।

ଟାଇମ୍‌ ପତ୍ରିକାର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଲେ ଏହି ଅଭିନେତ୍ରୀ

- Advertisement -


ସୂଚନା ଅନୁସାରେ, ତିବତ୍‌ ବହୁତ ଉଚ୍ଚରେ ଅବସ୍ଥିତ, ତେଣୁ ଏଠାରେ ଗଛ ସହଜରେ ବଢେନାହିଁ। ଏଭଳି ପରିସ୍ଥିତିରେ ଶବଦାହ କରିବା ପାଇଁ କାଠ ସଂଗ୍ରହ କରିବା ଏଠାରେ ଏତେ ସହଜ ନୁହେଁ। ତେବେ ଏଠାରେ ମନରେ ପ୍ରଶ୍ମ ଆସିବ ଯେ ଯଦି ପୋଡ଼ିବାକୁ କାଠ ସମସ୍ୟା ଅଛି ତେବେ ଶବକୁ ପୋତାଯାଇପାରିବ। କିନ୍ତୁ ତିବତ୍‌ର ଭୂମି ଖୁବ୍‌ ପଥୁରିଆ। ତେଣୁ ଏଠାରେ କବର ପାଇଁ ଏକ ଗଭୀର ଗାତ ଖୋଳିବା ଅତ୍ୟନ୍ତ କଷ୍ଟକର। ଏସବୁ କାରଣ ବ୍ୟତୀତ ବୌଦ୍ଧ ଧର୍ମର ଏକ ମାନ୍ୟତା ଯୋଗୁ ମଧ୍ୟ ଅନ୍ତିମ ସଂସ୍କାର ଏହି ଅଦ୍ଭୁତ ପରମ୍ପରା ଆଜି ବି ପାଳନ କରାଯାଉଛି। ବୌଦ୍ଧ ଧର୍ମରେ ମୃତ୍ୟୁ ପରେ ଶରୀରକୁ ଏକ ଖାଲି ପାତ୍ର ଭାବରେ ବିବେଚନା କରାଯାଏ। ଶବକୁ ଛୋଟ ଖଣ୍ଡ କରି ପକ୍ଷୀମାନଙ୍କୁ ଖାଇବାକୁ ଦେବା ଦ୍ଵାରା ସେମାନଙ୍କ ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଅନ୍ତିମ ସଂସ୍କାରର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବୌଦ୍ଧ ଧର୍ମରେ ‘ଆତ୍ମ-ବଳିଦାନ’ କୁହାଯାଏ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories