କଳାପଥର(ବାଙ୍କୀ) : କଟକ ଗ୍ରାମାଞ୍ଚଳ ପୁଲିସ୍ ଅଧିକ୍ଷକଙ୍କ ନିୟନ୍ତ୍ରଣାଧିନ ବୈଦ୍ୟେଶ୍ୱର ଥାନା।ନ୍ତର୍ଗତ କଳାପଥର,ପୁଇଁଚା,ନୁଆଗାଁ,କାଳିପୋଇ,ବରପୁଟ ଇତ୍ୟାଦି ପଞ୍ଚ।ୟତ ଠାରୁ ଥାନାର ଦୂରତ୍ୱ ୧୨-୧୫ କିମି ଦୂରତା ହେଉଥିବାରୁ ପୁଲିସ ପ୍ରଶାସନର ଜରୁରୀ କାଳୀନସେବା ଏହି ଅଂଚଳ ପାଇଁ ଅପହଁଚ ହୋଇ ପଡିଛି। ମୁଖ୍ୟତଃ କଳାପଥର ଠାରୁ କିଆପଲ୍ଲା ଜୋକଲାଞ୍ଜୀ ପର୍ଯ୍ୟନ୍ତ ରାସ୍ତାଟି ରେ ରାହାଜାନୀ ,ଲୁଟପାଟ ଓ ନିଶା ବ୍ୟବସାୟ ଗଞ୍ଜେଇ,ବ୍ରାଉନ ସୁଗାର ସମେତ ବହୁ ଅପରାଧିକ ମାମଲା ବୃଦ୍ଧି ପାଉଛି। ପୁଲିସ ପାଟ୍ରୋଲିଂ ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି।
ଦିନ ଦ୍ୱିପ୍ରହରରେ ମଧ୍ୟ ପରିବାର ଧରି ଲୋକେ ଯିବା ଆସିବା କରିବାକୁ ନିରାପଦ ମଣୁ ନାହାଁନ୍ତି ସାଧାରଣ ଲୋକ। ଖଜୁରୀପଦା ନିକଟସ୍ଥ ଜୋକିଳଦଳ ଆଦର୍ଶ ବିଦ୍ୟାଳୟ ଠାରୁ ଜୋକଲାଞ୍ଜି ପର୍ଯ୍ୟନ୍ତ କାଜୁ ବଣ ଓ ଶାଳ ଜଙ୍ଗଳ ଯୋଗୁଁ ସବୁବେଳେ ନିଛାଟିଆ ରହୁଥିବା ବେଳେ ବରପୁଟ,କିଆପଲ୍ଲା,ପଣ୍ଡାଳମ,କାଳିପୋଇ ପଞ୍ଚାୟତର ଶହ ଶହ ଲୋକ କଳାପଥର ଡାକ୍ତରଖାନା, ପୋଷ୍ଟ ଅଫିସ, ୫ ଟି ଜାତିୟ ବ୍ୟାଙ୍କ, ମହାବିଦ୍ୟାଳୟ,ବିଦ୍ୟୁତ କାର୍ଯ୍ୟାଳୟ, ଫୋନ ଏକ୍ସଚେଞ୍ଜ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନକୁ ଆସିଥାନ୍ତି। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ କଳାପଥର ଠାରେ ଫାଣ୍ଡି ଖୋଲିବାକୁ ବୁଦ୍ଧିଜିବୀଙ୍କ ମହଲରେ ଦାବି ହେଉଛି।
କଳାପଥର ଅଞ୍ଚଳରେ ଫାଣ୍ଡି ଖୋଲା ଯିବାକୁ ଦାବି
Popular Categories



