କଳାପଥର : ସରଣ୍ଡାଗଡ ୩୬ ନଂ ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସ୍ୱର୍ଗତ ସରସ୍ୱତୀ ପଣ୍ଡାଙ୍କ ସ୍ମୃତି ସଭା ସ୍ଥାନୀୟ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ପୈାରାହିତ୍ୟରେ ଆୟୋଜିତ ସ୍ମୃତି ସଭାରେ ଅନ୍ୟତମ ଅତିଥି ବିଜେଡି ନେତା ଗତିକୃଷ୍ଣ ସ୍ୱାଇଁ,ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର,ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ପାଢି,ଜିଲ୍ଲା ପରିଷଦ ସଦସ୍ୟ ମାନସ ମହାପାତ୍ର,ପୁର୍ଣ୍ଣଚନ୍ଦ୍ର ଦଳେଇ,ଭରତ ଚନ୍ଦ୍ର ବେହେରା,କୃଷ୍ଣ ଚନ୍ଦ୍ର ବରାଳ,ପ୍ରମୋଦ ରଣା,ଆର୍ତ୍ତବନ୍ଧୁ ବେହେରା,ଚନ୍ଦ୍ରମଣୀ ସାହୁ,ବିଜୟ ରାଉତ,ରାଜେଶ ପଣ୍ଡା,ପ୍ରକାଶ କୁମାର ବେହେରା,ବେଣୁଧର ଦାସ,ସମାଜସେବୀ ବନବିହାରୀ ପଣ୍ଡା ପ୍ରମୁଖ ଦିବଂଗତ ନେତ୍ରୀଙ୍କ ଗୁଣ ଗାନ କରିଥିଲେ।
Popular Categories


