www.samajalive.in
Saturday, December 6, 2025
15.1 C
Bhubaneswar

ବାଙ୍କୀ ଜିଲ୍ଲାପରିଷଦ ଜୋନ୍‍ ଏବଂ ନଗର କଂଗ୍ରେସର ସଭାପତି ଘୋଷଣା

କଳାପଥର : ନିଖିଳ ଭାରତ କଂଗ୍ରେସ କମିଟି ଅନୁମୋଦନ କ୍ରମେ ପିସିସି ସଭାପତି ବାଙ୍କୀ ନିର୍ବାଚନ ମଣ୍ଡଳିର ୬ଗୋଟି ଜିଲ୍ଲାପରିଷଦ ଜୋନ୍‍ ଏବଂ ନଗର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା ହୋଇଛି। ୩୨ନମ୍ବର ଜୋନ୍‍ ମଣ୍ଟୁମାଝୀ, ୩୪ନମ୍ବର ଜୋନ୍‍ ନରେଶ ସାହୁ, ୩୫ନମ୍ବର ଜୋନ୍‍ ନରେଶ ସେନାପତି, ୩୬ନମ୍ବର ଜୋନ୍‍ ବରେନ୍ଦ୍ର କୁମାର ସାହୁ, ୩୭ନମ୍ବର ଜୋନ ବିଜୟ କୁମାର ମହାନ୍ତି, ୩୮ନମ୍ବର ଜୋନ କୁବେର ଚୌଧୁରୀ ଏବଂ ନଗର କଂଗ୍ରେସ ସଭାପତି ଭାବେ ଭାଗିରଥି ବିଶ୍ୱାଳ ନିଯୁକ୍ତି ହୋଇଥିବା ପିସିସି ସଂଗଠନ ସାଧାରଣ ସମ୍ପାଦକ ବିଶ୍ୱଜିତ୍‍ ଦାସ ଏକ ପ୍ରେସ ବିବୃତିରେ ଘୋଷଣା କରିଛନ୍ତି। ଜୋନ ସଭାପତି ତାଲିକା ପ୍ରକାଶ ପାଇବା ପରେ ନବନିଯୁକ୍ତ ସଭାପତିମାନେ ଏକ ମିଳିତ ପ୍ରେସ୍‍ ବିବୃତିରେ ଏ.ଆଇ.ସି.ସି . ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ସହପ୍ରଭାରୀ ଆଦିତ୍ୟ ଶର୍ମା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜବ୍‍ ବିଶ୍ୱାଳ, କଟକ ଜିଲ୍ଲା କଂଗ୍ରେସ ସଭାପତି ଗୁରୁପଦ ନନ୍ଦ ଏବଂ ପିସିସି ଉପସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ଡଃ.ଦେବାଶିଷ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ସାଂଗଠନିକ କାର୍ଯ୍ୟକୁ ତୃଣ ମୂଳ ସ୍ତରରୁ ମଜଭୂତ କରିବା ପାଇଁ କାର୍ଯ୍ୟକରିବେ ବୋଲି ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories