www.samajalive.in
Saturday, December 6, 2025
26.1 C
Bhubaneswar

ଉତ୍ତରପ୍ରଦେଶରେ ତିନି ଦଳର ମେଣ୍ଟ ଚୂଡ଼ାନ୍ତ

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସ୍‌ପି) ଓ ବହୁଜନସମାଜ ପାର୍ଟି (ବିଏସ୍‌ପି) ମଧ୍ୟରେ ଉତ୍ତରପ୍ରଦେଶରେ ମେଣ୍ଟ ଚୂଡ଼ାନ୍ତ ହୋଇଛି। ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି)କୁ ମଧ୍ୟ ଏହି ମେଣ୍ଟରେ ସାମିଲ କରାଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଉନ୍ନତ ପ୍ରଦର୍ଶନ ପୂର୍ବକ ସରକାର ଗଠନ କରିଥିଲେ ମଧ୍ୟ ଦଳକୁ ମେଣ୍ଟ ବାହାରେ ରଖାଯାଇଛି। ଗତ ପ୍ରାୟ ବର୍ଷେ ହେଲା ମେଣ୍ଟ ପାଇଁ ଏସ୍‌ପି-ବିଏସ୍‌ପି ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଉଭୟ ପ୍ରାୟ ସମାନ ସଂଖ୍ୟକ ଆସନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଏବେ ଚୂଡ଼ାନ୍ତ ନିଷ୍ପତ୍ତିରେ ଉପନୀତ ହୋଇଛନ୍ତି। ଏସ୍‌ପି ୩୭ ଓ ବିଏସ୍‌ପି ୩୮ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ନିଷ୍ପତ୍ତି ହୋଇଥିବାବେଳେ କଂଗ୍ରେସ ପାଇଁ ଦୁଇଟି ଆସନ ଆମେଥି ଓ ରାୟବରେଲିକୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ରାଜ୍ୟର ପଶ୍ଚିମାଞ୍ଚଳରେ ଆରଏଲଡିର ପ୍ରଭାବ ରହିଥିବାରୁ ଆସନ ବୁଝାମଣାରେ ଏହାକୁ ୩ଟି ଆସନରେ ସନ୍ତୁଷ୍ଟ କରାଯାଇଛି। ଆବଶ୍ୟକ ପଡ଼ିଲେ କିଛି ଛୋଟ ଦଳଙ୍କୁ ଏହି ମେଣ୍ଟରେ ସାମିଲ କରାଯାଇପାରେ ବୋଲି ସୂଚନା ମିଳିଛି। ଆସନ୍ତା ଜାନୁଆରୀ ୧୫ରେ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ଜନ୍ମଦିନ ଉତ୍ସବ ପାଳନ ପାଳନ ଅବସରରେ ଏ ସଂକ୍ରାନ୍ତ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଉତ୍ତର୍ରଦେଶର ମୋଟ ୮୦ ଲୋକସଭା ଆସନ ମଧ୍ୟରୁ ୨୦୧୪ ନିର୍ବାଚନରେ ବିଜେପି ଓ ଏହାର ମେଣ୍ଟ ଦଳ ୭୩ଟିରେ ବିଜୟଲାଭ କରିଥିଲେ।
ଆସନ ବୁଝାମଣା ସମ୍ପର୍କରେ ବିଏସ୍‌ପି ନେତା ଅନୁଭବ ଛକଙ୍କ କହିବାନୁଯାୟୀ, ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଏସ୍‌ପି ମଧ୍ୟରେ ମେଣ୍ଟ ହୋଇଥିଲା ଏବଂ ଏହାର ଫଳାଫଳ ସମସ୍ତଙ୍କୁ ଜଣା। ଏଭଳି କ୍ଷେତ୍ରରେ କଂଗ୍ରେସ ସହିତ ମେଣ୍ଟର ଆବଶ୍ୟକତା ନାହିଁ। ସମ୍ପ୍ରତି କିଛି ରାଜ୍ୟରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଲୋକସଭା ନିର୍ବାଚନ ପାଇଁ ଏହା ଆମ ମେଣ୍ଟ ଉପରେ ଚାପ ପକାଇଲା ଭଳି ସ୍ଥିତିରେ ନାହିଁ। ତା’ଛଡ଼ା ନିକଟରେ ଅନୁଷ୍ଠିତ ତିନିଟି ଲୋକସଭା ଆସନ ପାଇଁ ଉପନିର୍ବାଚନରେ ବିଏସ୍‌ପି-ଏସ୍‌ପି-ଆରଏଲଡି ମେଣ୍ଟର ସଫଳତା ଆଧାରରେ ଆଗାମୀ ମେଣ୍ଟ କରାଯାଇଛି ବୋଲି ଅନୁଭବ କହିଛନ୍ତି।
ସୋମବାର ତିନି ରାଜ୍ୟରେ କଂଗ୍ରେସ ସରକାର ଗଠନ କାର୍ଯ୍ୟକ୍ରମରେ ଏସ୍‌ପି ନେତା ଅଖିଳେଶ ସିଂହ ଯାଦବ ଓ ବିଏସ୍‌ପି ମୁଖ୍ୟ ମାୟାବତୀ ଅନୁପସ୍ଥିତ ଥିଲେ। ଏହି ଦିନ ଡିଏମ୍‌କେ ନେତା ଏମ୍‌.କେ ଷ୍ଟାଲିନ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ସପକ୍ଷରେ ମନ୍ତବ୍ୟ ଦେବା ଜବାବରେ ମଙ୍ଗଳବାର ଅଖିଳେଶ କହିଥିଲେ ଯେ ‘ପ୍ରସ୍ତାବିତ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ସେ ସମ୍ପର୍କରେ ଏବେଠୁଁ ଆଲୋଚନା କରିବା ଅସମୀଚୀନ। ତା’ଛଡ଼ା ଷ୍ଟାଲିନଙ୍କ ମନ୍ତବ୍ୟ ମେଣ୍ଟର ମତ ନୁହେଁ। ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଓ ଏନ୍‌ସିପି ନେତା ଶରଦ ପୱାର ପ୍ରମୁଖ ସମସ୍ତ ବିରୋଧୀ ଦଳଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ ମନ୍ତବ୍ୟ ଦେବା ଅନୁଚିତ’ ବୋଲି ଅଖିଳେଶ କହିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories