www.samajalive.in
Saturday, December 6, 2025
26.1 C
Bhubaneswar

‘ପୋଥାଇ’ର ପ୍ରଭାବରେ ଚାଷୀ ପ୍ରଭାବିତ ଖଳା, ମଣ୍ଡି ଓ କ୍ଷେତରେ ଭିଜିଲା ଧାନ

କଲମପୁର : ବାତ୍ୟା ‘ପୋଥାଇ’ର ପ୍ରଭାବରେ ଗତ ଏକ ସପ୍ତାହ ଧରି ମେଘୁଆ ପାଗ ଲାଗି ରହିଥିବା ବେଳେ ଶନିବାର ଠରୁ ମଙ୍ଗଳବାର ୪ଦିନ ଧରି ଲାଗି ରହିଥିବା ଝିପି ଝିପି ବର୍ଷା କାରଣରୁ ଅମଳ ହେଇ ଖଳା ଓ ମଣ୍ଡିରେ ପଡିଥିବା ଧାନ ସମେତ ଜମିରେ ଅମଳ ହେଇନଥିବା ଧାନ ମଧ୍ୟ ନଷ୍ଟ ହେଇଯାଇଛି। ଏହି ‘ପୋଥାଇ’ ବାତ୍ୟା ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏହି ବାତ୍ୟାର ପ୍ରଭାବରେ ହେଇଥିବା ପବନରେ ବହୁ ଚାଷୀଙ୍କ ଅମଳ ହେବାକୁ ଥିବା ଧାନ ଜମିରେ ପଡିଯାଇଥିବା ବେଳେ ତା ଉପରେ ବର୍ଷା ପାଣି ଜମିରହିବା ଦ୍ୱାରା ଗଜା ହେଇ ନଷ୍ଟ ହେବାରେ ଲାଗିଛି। ପାଗ ସ୍ୱାଭାବିକ ହେଇନଥିବାରୁ ଅମଳ କରିବା ମଧ୍ୟ ସମ୍ଭବ ହେଉ ନାହିଁ। ଯେଉଁ ଚାଷୀ କୌଣସି ମତେ ଧାନ ଅମଳ କରି ଖଳା ଅବା ମଣ୍ଡିରେ ରଖି ଥିଲେ ସେହି ଧାନ ମଧ୍ୟ ବର୍ଷା ପାଣିରେ ଭିଜି ନଷ୍ଟ ହେବାରେ ଲାଗିଛି। ପାଗ ସ୍ୱାଭାବିକ ନହେଲେ ଦିନେ ଦୁଇଦିନ ମଧ୍ୟରେ ସମସ୍ତ ଧାନ ପଚିଯାଇ ନଷ୍ଟ ହେଇଯିବ। ଅନ୍ୟପଟେ ଅମଳ ହେଇଥିବା ଧାନକୁ ତୁରନ୍ତ ମଣ୍ଡି ମାଧ୍ୟମରେ ବିକ୍ରୟ ପାଇଁ ପ୍ରଶାସନ ଘୋଷଣା କରୁଥିଲେ ମଧ୍ୟ ମିଲର୍ସଙ୍କ ଅସହଯୋଗ କାରଣରୁ ଧାନ ଉଠି ପାରୁନାହିଁ। ଚୁରାଗାଁ, ବନ୍ଧକନା,ଟେମରା. ହାରମାଲ, ପରୁଆଗୁଡା, ବୋଦେଲବନ୍ଧ, ପାତ୍ରବସା, ପଣ୍ଡିଗାଁ ଆଦି ଅଞ୍ଚଳରେ ଏବେ ମଧ୍ୟ ଧାନ କ୍ଷେତରେ ପାଣି ଜମି ରହିଥିବା ବେଳେ କିଛି ଜମିରୁ ଧାନ କଟାଯାଇଥିଲେ ମଧ୍ୟ ପେଙ୍ଗଳା ଜମିରେ ପଡି ରହିଥିବାରୁ ଧାନ ସବୁ ନଷ୍ଟ ହେବାରେ ଲାଗିଛି।
ରୋଗ ପୋକର ପ୍ରଭାବ ସହିତ ବର୍ଷାରେ ଅନିୟମିତତା, ସାର ଓ କୀଟନାଶକର ଅଭାବ ସହ ଆକାଶଛୁଆଁ ଦରବୃଦ୍ଧି ଭଳି ପ୍ରତିକୁଳ ପରିସ୍ଥିତିରେ ଚାଷୀ ବିଭିନ୍ନ ବ୍ୟାଙ୍କ, ମହାଜନୀ ଓ ଦୋକାନୀଙ୍କ ଠାରୁ ଧାର କରଜ ନେଇ ଚାଷ କରିଥିବା ବେଳେ ଅମଳ ବେଳକୁ ଅଦିନିଆ ବର୍ଷାର ପ୍ରଭାବରେ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଯେନତେନ ପ୍ରକାରେ ନିଜ କଷ୍ଟ ଉପାର୍ଜିତ ଧାନକୁ ବିକ୍ରୟ ପାଇଁ ଚାଷୀ ନିଜ ମନକୁ ବୁଝାଉଥିବା ବେଳେ ମିଲର୍ସଙ୍କ ଆନ୍ଦୋଳନ କାରଣରୁ ମଣ୍ଡି ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଜିଲା ପ୍ରଶାସନ ଚାଷୀଙ୍କ ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ଜିଲା ବାହାର ମିଲର୍ସଙ୍କ ମାଧ୍ୟମରେ ଧାନ ମଣ୍ଡି ପରିଚାଳନା କଲେ ବହୁ ଚାଷୀ ଉପକୃତ ହେଇ ପାରିବେ। ତେଣୁ ତୁରନ୍ତ ଚାଷୀଙ୍କ ସ୍ୱାର୍ଥ ପାଇଁ ସରକାର ଓ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଚାଷୀ ସଂଗଠନ ସମୂହ ଦାବି କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories