www.samajalive.in
Saturday, December 6, 2025
14.1 C
Bhubaneswar

ସମସ୍ୟା ଘେରରେ କଳାପଥର ୩ନଂ ୱାର୍ଡ

କଳାପଥର (ବାଙ୍କୀ): ସମସ୍ୟା ଘେରରେ ବାଙ୍ଗୀ ବ୍ଲକ କଳାପଥର ପଞ୍ଚାୟତର ୩ନମ୍ବର ୱାର୍ଡବାସୀ । ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବାରୁ ହରିଜନ ସାହି ନିକଟରେ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଥିଲା । ଫଳରେ ସାହିର ୨ଜଣଙ୍କ ଘର ଭୁଶୁଡି ପଡିଥିଲା । ପାଣି ଜମି ରହୁଥିବାରୁ ଡେଙ୍ଗୁ, ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ସହ ବିଷାକ୍ତ ସାପ କାମୁଡିବାର ଭୟରେ ରହିଛନ୍ତି ଲୋକ । ସସମ୍ୟା ନେଇ ସ୍ଥାନୀୟ ଲୋକେ କଳାପଥର-ବାଙ୍ଗୀ-କଟକ ମୁଖ୍ୟ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏ ସଂକ୍ରାନ୍ତରେ ଆଞ୍ଚଳିକ ବିକାଶ ପରିଷଦ ଆବାହକ ତଥା କଳାପଥର ଗ୍ରାମ୍ୟ କମିଟି ସମ୍ପାଦକ, ସମାଜସେବୀ ପ୍ରତାପ କୁମାର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ କଟକ ଜିଲ୍ଲାପାଳଙ୍କୁ ଅବଗତ କରାଇ ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ନିର୍ଦ୍ଦେଶ ପାଇ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କନିଷ୍ଟ ଯନ୍ତ୍ରୀ ଶ୍ରୀବିନୟ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାହି ରାସ୍ତାକୁ ଡଷ୍ଟ ପକାଯାଇ ଉଚ୍ଚା କରିବା ସହ ରାସ୍ତା ଖୋଳି ସିମେଣ୍ଟ ପାଇପ ପକାଇ ସାହିରୁ ଦମକଲ କେନ୍ଦ୍ର କର୍ମଚାରୀ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ,ନୂତନ ଭାବେ କଳାପଥର-ବାଙ୍କୀ -କଟକ ଜିଲ୍ଲା ମୁଖ୍ୟ ରାସ୍ତା ନିର୍ମିତ ହେବାପରେ ରାସ୍ତାଟି ଉଚ୍ଚା ହୋଇଗଲା। କଳାପଥରରୁ ବୈଦେଶ୍ୱର୍ ମଧ୍ୟରେ ରାସ୍ତାରେ ଉଭୟ ପାର୍ଶ୍ଵରୁ ଜଳ ନିଷ୍କାସନ ହେବା ପାଇଁ ଅନେକ କଲଭର୍ଟ ରହିଥିଲା। ମାତ୍ର ଅଧିକାଂଶ କଲଭର୍ଟଗୁଡ଼ିକୁ ଭାଙ୍ଗି ଦେଇଥିଲେ ମଧ୍ୟ ନୂତନ କଲଭର୍ଟ ନିର୍ମାଣ କଲେନାହିଁ। ତେଣୁ ଅଧିକାଂଶ ଅଞ୍ଚଳରେ ଏହିଭଳି ଜଳବନ୍ଦୀ ପରିସ୍ଥିତି ଉପୂଜୁଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ଆବଶ୍ୟକ ଜାଗାରେ ତୁରନ୍ତ କଲଭର୍ଟ ଗୁଡ଼ିକ ନିର୍ମାଣ କରିବାକୁ ଦାବି ହେଉଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories