www.samajalive.in
Saturday, December 13, 2025
23.1 C
Bhubaneswar

କଳାପଥର ଶିଶୁମନ୍ଦିରରେ ସାହିତ୍ୟ ଆଲୋଚନାଚକ୍ର

କଳାପଥର (ବାଙ୍କୀ ):ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ସରସ୍ବତୀ ଶିଶୁମନ୍ଦିର ପରିସରରେ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା. କଳାପଥରସ୍ଥ ଅନ୍ୱେଷଣ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ସାହିତ୍ୟ ଆଲୋଚନା ଚକ୍ର ରେ ପ୍ରଯୋଜକ ରାଜ୍ୟସ୍ତରୀୟ  ସାହିତ୍ୟ ସମ୍ପର୍କର କବି ଓ ଲେଖକ ମାନଙ୍କର ମାଧ୍ୟମରେ ଏକ ସ୍ଵଳ୍ପ କାଳୀନ କେନ୍ଦ୍ରିଭୁତ ପାଠ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବାଙ୍କୀ ବ୍ଲକ ପୂର୍ବତନ ଚେୟାରମ୍ୟାନ ଇଁ ସତ୍ୟନାରାୟଣ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ କବି ରବିନାରାୟଣ ମଙ୍ଗରାଜ ସଭାପତିତ୍ବ କରିଥିଲେ. ଅନ୍ୟ ନିମନ୍ତ୍ରିତ ଅତିଥି ଭାବେ ଅଧ୍ୟାପକ ସାରଦାନନ୍ଦ ଦାସ, ବିଷ୍ଣୁ ଚରଣ ମଲ୍ଲିକ, ଶିକ୍ଷାବିତ ବଳରାମ ସାହୁ, ଜଗନ୍ନାଥ ବାରିକ, ଶୁରେଶ୍ୱର ବେହେରା,ଶିକ୍ଷୟିତ୍ରୀ ମାନସୀ ମହାନ୍ତି, ଗୟାଧର ନାଏକ, କବି ମନ୍ମଥ କୁମାର ସ୍ୱାଇଁ, ସହକାରୀ ଅଧ୍ୟାପକ ଓଡ଼ିଆ ବିଭାଗ ମେରିଡ଼ିଆନ କଲେଜ ସୋନମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମେ ସରସ୍ବତୀ ଶିଶୁମନ୍ଦିର ୧୬ଜଣ ଛାତ୍ର ଛାତ୍ରୀ ମାନେ “ବର୍ଷା “ଶୀର୍ଷକ କବିତା ଲେଖିଥିଲେ. ପରେ ସମସ୍ତେ ନିଜର ସ୍ଵର ଚିତ୍ତ କବିତା ପଠନ କରିଥିଲେ। ଛାତ୍ରୀ ପ୍ରୀତିପ୍ରଜ୍ଞା ପଟ୍ଟନାୟକ ପ୍ରଥମ ସ୍ଥାନ, ଓଡିଶା ଆଦର୍ଶ ବିଦ୍ୟାଳୟର ସୁପ୍ରଭା ସାହୁ ଦ୍ବିତୀୟ ସ୍ଥାନ ଏବଂ ରାଜେଶ୍ୱରୀ ପଟ୍ଟନାୟକ, ସ୍ମୁତିଶ୍ରୀ ଶଡ଼ଙ୍ଗୀ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ମାନପତ୍ର ଗ୍ରହଣ କରି ପୁରସ୍କୃତ ହୋଇଥିଲେ। ସମସ୍ତ ସାହିତ୍ୟିକମାନେ ଛାତ୍ରଛାତ୍ରୀ ମାନଙ୍କର ଓଡ଼ିଆ ବ୍କବ୍ୟାରଣ ଉପରେ ସନ୍ଦେହକୁ ଦୂରୀଭୂତ କରିଥିଲେ।
ପରିଶେଷରେ ଅନ୍ୱେଷଣ ଟ୍ରଷ୍ଟର ସମ୍ପାଦକ ଆଇନଜୀବି ପ୍ରଦୀପ କୁମାର ପଟ୍ଟନାୟକ ଭ୍ରମ୍ୟମାଣ ପାଠାଗାର ଓ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସର୍ବସାଧରଣ ପାଠାଗାର ହୋଇଥିବା ଯୋଜନାକୁ ଉପସ୍ଥାପନ କରିଥିଲେ। ସମାଜସେବୀ ପ୍ରଦୀପ ପଟ୍ଟନାୟକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories