ନିର୍ବାଚନୀ ସଂକଳ୍ପପତ୍ର ପ୍ରତିଶ୍ରୁତି ପାଳନ କରୁଛି ବିଜେପି
ଫୁଲବାଣୀ: କନ୍ଧମାଳ ଜିଲା ବିଜେପି ସଭାପତି ଜଗନାଥ ସାହୁଙ୍କ ସଭାପତିତ୍ୱରେ ରବିବାର ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଜେପି ନେତା ତଥା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲିକଯୋଗଦେଇ ବଜେଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଓଡ଼ିଶାରେ ବିଜେପିର ପ୍ରଥମ ସରକାର ଯିଏକି ରାଜନୈତିକ ସଂସ୍କୃତି ପ୍ରତିଷ୍ଠା କରିଛି। ନିର୍ବାଚନ ବେଳେ ସଂକଳ୍ପ ପତ୍ରରେ ଲୋକଙ୍କୁ ଦେଇଥିବା ପ୍ରାୟ ସମସ୍ତ ପ୍ରତିଶୃତି ପାଳନ କରିଛି। ପ୍ରଥମ ବଜେଟ ରେ ହିଁ ବ୍ୟୟ ବରାଦ କରି ଏକ ନୂତନ ପରମ୍ପରା ସୃଷ୍ଟି କରିଥିବା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କହିଛନ୍ତି। ବିଜେପି ସରକାରର ବଜେଟ ସର୍ବସ୍ପର୍ଶୀ, ସାମଗ୍ରିକ ବିକାଶ, ମହିଳା, କୃଷକ ଯୁବକ ଯୁବତୀ, ବୃଦ୍ଧ, ବୃଦ୍ଧା ଓ ଗରିବ ଲୋକଙ୍କ ପାଇଁ ସମର୍ପିତ ବୋଲି ସାଂସଦ ପାଣିଗ୍ରାହୀ କହିଥିଲେ। ବିଜେପିର ସଂକଳ୍ପ ପତ୍ରରେ ଥିବା ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି ।
ଧାନର କ୍ରୟ ମୂଲ୍ୟ ୩୧ ଶହ ଟଙ୍କା କରିବାପାଇଁ ବ୍ୟୟବରାଦ କରାଯାଇଛି। ବୟସ୍କ ବ୍ୟକ୍ତିମାନଙ୍କୁ ସାମାଜିକ ସୁରକ୍ଷା ପାଇଁ ମାସିକ ୩୫ ଶହ ଟଙ୍କା ଭତ୍ତା ପାଇଁ ମଧ୍ୟ ବଜେଟ ରେ ବ୍ୟବସ୍ଥା ହୋଇଛି ବୋଲି କହିଥିଲେ। ସେହିପରି ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ବିଜେପି ସରକାର କୃଷକମାନଙ୍କୁ ଅଗ୍ରାଧିକାର ଦେଉଥିବା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭଗବାନ ମହାନ୍ତି, ସମ୍ପାଦକ ଲିଙ୍ଗରାଜ ଦଳବେହେରା, ଜିଲା ଯୁବ ବିଜେପି ସଭାପତି ମୁକ୍ତି କାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.