www.samajalive.in
Thursday, December 11, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସଦର ବ୍ଲକର ୧୮ ସମିତିସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ହେବ ଅନାସ୍ଥା ପ୍ରସ୍ତାବ !

କେନ୍ଦୁଝରଗଡ଼: ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ୩ଥର ସଦର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାୟକ କାର୍ଯ୍ୟକାଳରେ ଶ୍ରୀ ମାଝୀଙ୍କ ଛାଇ ମାଡୁନଥିବା ନିଜ ନିର୍ବାଚନମଣ୍ଡଳୀ ଓ ଜିଲାର କେତେକ ଅନ୍ୟ ଦଳର ନେତା ମୋହନ ମୁଖ୍ୟମନ୍ତ୍ରୀ ହେବାପରେ ଏବେ ଭୁବନେଶ୍ୱର ଗସ୍ତ କରି ତାଙ୍କୁ ଭେଟି ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇବା ସହ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ବୋଲାଇବା ଏବେ ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

ଏଭଳିସ୍ଥିତିରେ ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ମୋହନଙ୍କ ବିରୋଧରେ ସ୍ୱାଧିନପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷା ତଥା ଶିରିଷପାଳ ପଞ୍ଚାୟତର ସମିତିସଭ୍ୟା ସଶ୍ମୀତାରାଣୀ ସିଂହଙ୍କ ନେତୃତ୍ୱରେ ସଦର ବ୍ଲକ ଅଧିନ ପଳାଶପଙ୍ଗା, ପର୍ଜନପୁର, କଣ୍ଡରାପଶି, ରାଇକଳା, ହାଣ୍ଡିଭଙ୍ଗା, ନୂଆଗାଁ, ବରଦାପାଳ, ମହାଦେଇଯୋଡା, ରାଇସୁଆଁ, ଗୋପୀନାଥପୁର, ବୋଦାପଳସା, ନରଣପୁର, ଜନାର୍ଦ୍ଦନପୁର, ନେଲୁଙ୍ଗ, ଗୋବର୍ଦ୍ଧନ, କାଠବାରୀ ଓ ବାଉରିପଦା ପଞ୍ଚାୟତକୁ ମିଶାଇ ୧୮ଜଣ ସମିତିସଭ୍ୟ ସଭ୍ୟା ଚଳିତମାସ ୧ ତାରିଖ ଭୁବନେଶ୍ୱର ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ୱାଗତ ଜଣାଇବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି।

- Advertisement -

ସେଥିମଧ୍ୟରୁ ସଦର ବ୍ଲକର ଅଧ୍ୟକ୍ଷା ଜ୍ୟୋର୍ତିମୟୀ ନାଏକଙ୍କ ବିରୋଧରେ ସଦର ବ୍ଲକର ୨୫ଜଣ ସମିତିସଭ୍ୟଙ୍କ ମଧ୍ୟରୁ ୧୮ଜଣ ସମିତସଭ୍ୟ ସଭ୍ୟା ନିଜ ନିଜର ଅସନ୍ତୋଷ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ ତାଙ୍କୁ କିଭଳି ଅନାସ୍ଥାପ୍ରସ୍ତାବ ଅଗାତ କରାଯାଇ ଗାଦିଚ୍ୟୁତ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିବା ପଳାଶପଙ୍ଗା ସମିତିସଭ୍ୟ ସଞ୍ଜୟ କୁମାର ନାଏକ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଜ୍ୟୋର୍ତିମୟୀ ନାଏକ ଗତ ପଞ୍ଚାୟତ ନିର୍ବାଚନରେ କାଉଁରିକଳା ପଞ୍ଚାୟତ ସମିତିସଭ୍ୟା ଭାବେ ବିଜୟୀ ହେବାପରେ ସଦର ବ୍ଲକ ଅଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ। ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ରାଜନୈତିକ ପଟପରିବର୍ତ୍ତନ ହେବା ପରଠାରୁ ବିଶେଷକରି କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ କେନ୍ଦୁଝର ଜିଲାରେ କ୍ଷମତାସୀନ ବିଜେଡି ସମର୍ଥୀତ ନେତାଙ୍କ ବିରୋଧରେ କିଭଳି ଅନାସ୍ଥାପ୍ରସ୍ତାବ ଆଗତ କରି କ୍ଷମତାଚ୍ୟୁତ କରାଯିବ ସେ ନେଇ ରାଜନୈତିକ ଗୋଟିଚାଳନା ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories