www.samajalive.in
Saturday, December 6, 2025
17.1 C
Bhubaneswar

କଂଗ୍ରେସ ପ୍ରତିନିଧି ମଣ୍ଡଳର ବାଙ୍କୀ ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ

କଳାପଥର(ବାଙ୍କୀ): ବିଧାୟକ ଇଂ.ମହମ୍ମଦ ମୁକିମ, ଜିଲ୍ଲା ସଭାପତି ଗୁରୁପଦ ନନ୍ଦଙ୍କ ସହ ବାଙ୍କୀର ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଡ.ଦେବାଶୀଷ ପଟ୍ଟନାୟକ ପ୍ରମୁଖ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ବାଙ୍କୀ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆଜି ଗସ୍ତ କରି ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସ୍ଥିତି ଅନୁ୍ମାନ କରିଛନ୍ତି। ଚଳିତ ବନ୍ୟାରେ ବାଙ୍କୀର ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳ ଓସ୍ତିଆ, ଶୁଖୁଆଖଳା, ବିଲିପଡା ଆଦି ଅଞ୍ଚଳ ସେମାନେ ପରିଦର୍ଶନ କରିଥିଲେ। ଏହା ଛଡା ହୁଳୁହୁଳା ଏବଂ ଚନ୍ଦ୍ରପା ପୋଲର ସ୍ଥିତି ଅନୁ୍ମାନ କରିଥିଲେ।

 

- Advertisement -

ତେବେ ଅଧିକାଂଶ ବିପନ୍ନ ଏବେ ଦୁର୍ବିସହ ଜୀବନଯାପନ କରୁଥିବା ଏବଂ ବନ୍ୟା ସମୟରେ କୈାଣସି ସରକାରୀ ସହାୟତା ମିଳିନଥିବା ପ୍ରକାଶ କରିଥିବା ଦେଖାଯାଇଥିଲା। ପ୍ରତିନିଧି ମଣ୍ଡଳର ଗସ୍ତ ସମୟରେ ବାଙ୍କୀ କଂଗ୍ରେସ ପକ୍ଷରୁ ଉପଖଣ୍ଡର ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ବାଙ୍କୀ କଂଗ୍ରେସ ମେଡିଆ ସେଲର ସଂଯୋଜକ ଆଶିଷ କୁମାର ମହାପାତ୍ର ଏକ ବିବରଣୀ ପ୍ରଦାନ କରିଥିଲେ। ଏହି ବିବରଣୀରେ ବାଙ୍କୀ ଉପଖଣ୍ଡର ପ୍ରାୟ ୯୦ ପ୍ରତିଶତ ଧାନ ଓ ଅଣଧାନ ଜମି କ୍ଷତିଗ୍ରସ୍ତ ହୋଇଥିବା ଏବଂ ବହୁ କଚ୍ଚାଘର ଭାଙ୍ଗିଥିବା ସମ୍ପର୍କରେ ଅବତାରଣା କରାଯିବା ସହ ସମସ୍ତ କ୍ଷତିଗ୍ରସ୍ତ ବିପନ୍ନ ମାନଙ୍କୁ ଆର୍ôଥକ ସହାୟତା ସହ କୃଷିଋଣ ଛାଡ କରିବା ନେଇ କଂଗ୍ରେସ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଥିବା ଜଣାଯାଇଛି। ଏହା ସହ ହୁଳୁହୁଳା ଏବଂ ଚନ୍ଦ୍ରପା ପୋଲର ଉଚ୍ଚତା ବୃଦ୍ଧି କରିବା ନେଇ ୍ମ ସେମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ପ୍ରତିନିଧି ମଣ୍ଡଳରେ ଅନ୍ୟମାନଙ୍କ ମ୍ମରେ ବିଶ୍ୱଜୀତ ଦାଶ, ନିକୁଞ୍ଜ ପ୍ରସାଦ, ଦୀପକ ପରିଡା, ସାନ୍ତାୟନ ମିଶ୍ର, ଶ୍ରୀନିବାସ ବେହେରା ପ୍ରମୁଖଙ୍କ ସମେତ ବାଙ୍କୀ କଂଗ୍ରେସର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।

 

 

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories