www.samajalive.in
Friday, December 5, 2025
20.1 C
Bhubaneswar

ବିଶିଷ୍ଟ ସନ୍ଥ କେଶବନନ୍ଦ ଭାରତୀଙ୍କ ପରଲୋକ; ଭୂସଂସ୍କାର ପ୍ରସଙ୍ଗରେ ସମ୍ବିଧାନକୁ କରିଥିଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ସମ୍ବିଧାନର ମୌଳିକ ନିୟମ ଗଠନର ଦ୍ରଷ୍ଟ୍ରା ସନ୍ଥ କେଶବନନ୍ଦ ଭାରତୀଙ୍କ ରବିବାର ଦେହାନ୍ତ ହୋଇଛି। ୭୯ ବର୍ଷ ବୟସରେ କେରଳର ଇଦାନୀର ଆଶ୍ରମରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବୟସ ଜନିତ ଅସୁସ୍ଥତା କାରଣରୁ ତାଙ୍କ ନିଧନ ଘଟିଛି। ରବିବାର ଦିନ ପ୍ରାୟ ୩.୩୦ ସମୟରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ଚାରି ଦଶନ୍ଧି ପୂର୍ବରୁ ଅର୍ଥାତ୍ ୪୭ ବର୍ଷ ପୂର୍ବେ ସେ କେରଳ ଜମି ସଂସ୍କାର ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସେହି ପିଟିସନକୁ ‘କେଶବନନ୍ଦ ଭାରତୀ ବନାମ କେରଳ ରାଜ୍ୟ’ ନାମରେ ଜଣାଯାଉଥିଲା। ଏହି ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି କହିଥିଲେ ଯେ, ସମ୍ବିଧାନର ମୌଳିକ ନିୟମରେ ପରିବର୍ତ୍ତନ କରାଯାଇପାରିବ ନାହିଁ। ୧୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଏହି ସର୍ବୋଚ୍ଚ ଅଦାଲତର ସର୍ବବୃହତ ବେଞ୍ଚ ଦ୍ବାରା ଏହି ଶୁଣାଣି ହୋଇଥିଲା।

- Advertisement -

‘କେଶବନନ୍ଦ ଭାରତୀ ବନାମ କେରଳ ରାଜ୍ୟ ’ ମାମଲାରେ ୬୮ ଦିନ ପର୍ୟ୍ୟନ୍ତ ଶୁଣାଣି ହୋଇଥିଲା ।ବର୍ତ୍ତମାନ ପର୍ୟ୍ୟନ୍ତ ଏହା ସୁପ୍ରିମକୋର୍ଟର ଦୀର୍ଘତମ ବିଚାରର ଶୀର୍ଷରେ ରହିଛି। ଏହି ମାମଲାର ଶୁଣାଣି ୧୯୭୨ ଅକ୍ଟୋବର ୩୧ରେ ଆରମ୍ଭ ହୋଇ ୧୯୭୩ ମାର୍ଚ୍ଚ ୨୩ରେ ଶୁଣାଣି ଶେଷ ହୋଇଥିଲା। ଭାରତୀୟ ସାମ୍ବିଧାନିକ ଆଇନରେ ଏହି ମାମଲା ସର୍ବାଧିକ ଆଲୋଚନା ହୋଇଛି।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି ଯେ ତାଙ୍କ ସମାଜ ସେବା, ସଶକ୍ତିକରଣ ଏବଂ ତାଙ୍କର ଉଦ୍ୟମ ପାଇଁ ଆମେ ପୂଜ୍ୟ କେଶବନନ୍ଦ ଭାରତୀ ଜୀଙ୍କୁ ସର୍ବଦା ସ୍ମରଣ କରିବୁ। ସେ ଦେଶର ସମ୍ବିଧାନ ଏବଂ ସମୃଦ୍ଧ ସଂସ୍କୃତି ସହିତ ଗଭୀର ଭାବରେ ଜଡିତ ଥିଲେ।

ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଭାରତୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି କହିଥିଲେ ଯେ ସେ ଜଣେ ଦାର୍ଶନିକ, ଶାସ୍ତ୍ରୀୟ ଗାୟକ ଏବଂ ସାଂସ୍କୃତିକ ପ୍ରତିମୂର୍ତ୍ତୀ। ନାଇଡୁ କହିଛନ୍ତି ଯେ ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ବିଚାରରେ ସେ ତାଙ୍କ ଭୂମିକା ପାଇଁ ଜଣାଶୁଣା, ଯେଉଁଥିରେ ସମ୍ବିଧାନର ମୌଳିକ ଗଠନକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି କହିଥିଲେ। କର୍ଣ୍ଣାଟକରେ ଏହି ପାରମ୍ପାରିକ ଥିଏଟରକୁ ପୁନର୍ଜୀବିତ କରିବା ପାଇଁ ସେ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ କରିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories