www.samajalive.in
Saturday, December 6, 2025
15.1 C
Bhubaneswar

ଲକ୍‌ଡାଉନ୍‌ ଦେଲା ଦୁଃଖ: ସରିଲା ସଞ୍ଚିତ ଅର୍ଥ, ପରପିଣ୍ଡା ଓ ଦାନ ଚାଉଳରେ ଚଳୁଛି ସଂସାର

ବଡ଼ସାହି:ନାମ ରମେଶ ସିଂ। ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଭୀମିଦା ପଞ୍ଚାୟତର ଚେଙ୍ଗୁଆ ଗ୍ରାମରେ ପଲିଥିନ ତଳେ ଏକ କୁଡ଼ିଆ ହେଉଛି ତାଙ୍କ ଘର। ୬ପ୍ରାଣ କୁଟୁମ୍ଭ ମଧ୍ୟରେ ପତ୍ନୀ ମୀନା, ୨ ଝିଅ ବର୍ଷା(୧୫) ଓ ନନ୍ଦିନୀ(୧୨) ଏବଂ ୨ପୁଅ ଚନ୍ଦନ(୧୦) ଓ ନରୋତ୍ତମ(୪)। ଭାଙ୍ଗିଯାଇଥିବା ଘରକୁ ସଜାଡ଼ି ପଲିଥିନ ଟାଣି ୬ପ୍ରାଣୀ କୁଟୁମ୍ବ ରହିବା ଅସମ୍ଭବ ହେତୁ ଗାଁ ଲୋକେ ପିଲାମାନଙ୍କୁ ନିଜ ଘରେ ଆଶ୍ରୟ ଦେଇଛନ୍ତି। ଦୀର୍ଘ ୫ବର୍ଷ ଧରି ଏମାନେ ଜଗତସିଂହପୁର ଜିଲା, ନାଉଗାଁ ବ୍ଲକ ଶିଖର ପଞ୍ଚାୟତର ଶାଳଜଙ୍ଗା ଗ୍ରାମରେ ରହୁଥିଲେ। ସ୍ୱାମୀ-ସ୍ତ୍ରୀ ମଜୁରୀ ଲାଗି ୪ପିଲାଙ୍କୁ ସେଠାରେ ପାଠ ମଧ୍ୟ ପଢ଼ାଉଥିଲେ। ତେବେ ତାଲାବନ୍ଦ ପାଇଁ ସେମାନେ ୫ବର୍ଷ ପରେ ଭିଟାମାଟିକୁ ଫେରିଥିଲେ। ସଞ୍ଚିତ ଅର୍ଥ ଘରକୁ ଫେରିବା ଓ ତାଲାବନ୍ଦ ସମୟରେ ସରିଯିବା ପରେ ଭୋକ ଉପାସରେ ରହିବାରୁ ଗ୍ରାମବାସୀ ଚାଉଳ ଉଠାଇ ତାଙ୍କ ଘରେ ଦେଉଛନ୍ତି।

 

- Advertisement -

ପିଲାଙ୍କ ପାଠ ପଢ଼ା ଚୁଲିକୁ ଗଲାଣି। ଦାରିଦ୍ରର ତାଡ଼ନା ଓ ଭୋକର ଭୂଗୋଳ ସେମାନଙ୍କ ଅତୀତ ଜୀବନକୁ ଇତିହାସ ସଜାଇଲାଣି। ଆଜି ଆ’ ପିଣ୍ଡା ତ କାଲି ତା’ ପିଣ୍ଡାରେ ବିତୁଛି ଜୀବନ। ଜଗତସିଂହପୁରରେ ଥିବା ବେଳେ ମିଳୁଥିବା ସ୍କୁଲ ମଧ୍ୟାହ୍ନ ଭୋଜନ ସ୍ଥାନ ପରିବର୍ତ୍ତନ ପାଇଁ ଏଠି ସ୍ୱପ୍ନ। ସେହିପରି ପରିବାରର ରାସନକାର୍ଡ଼ଟି ଜଗତସିଂହପୁର ଠିକଣାରେ ଥିବାରୁ ସରକାରୀ ରିହାତି ସାମଗ୍ରୀ ପାଇବାରୁ ମଧ୍ୟ ବଞ୍ଚିତ ରମେଶଙ୍କ ପରିବାର। ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ସେ ଗୁହାରି ଜଣାଇଥିଲେ ହେଁ ସୁଫଳ ମିଳିନାହିଁ ବୋଲି କାନ୍ଦି କାନ୍ଦି କହନ୍ତି ମୀନା। ଅପରପକ୍ଷରେ ଏଠାରେ ୫ବର୍ଷ ଧରି ସେମାନେ ରହୁ ନଥିବାରୁ ଆବାସ ଯୋଜନାରୁ ମଧ୍ୟ ସେ ବଞ୍ଚିତ। ପରିବାର ଗୁଜୁରାଣ ମେଣ୍ଟାଇବା ରମେଶଙ୍କ ପାଇଁ ବର୍ତ୍ତମାନ ସମୟରେ କଷ୍ଟକର ଥିବା ବେଳେ ଗୃହ ନିର୍ମାଣ ଦିବା ସ୍ୱପ୍ନ ପାଲଟିଛି। ଘରକୁ ଫେରିଥିବା ଦାଦନଙ୍କ ସମସ୍ତ ବ୍ୟବସ୍ଥା ସରକାର କରିଥିବା ଡ଼ିଡ଼ିମ୍ବ ପିଟୁଥିବା ବେଳେ ଏହି ପରିବାରର ଗ୍ରାଉଣ୍ଡ ଜିରୋରରୁ ଘୋଷଣାର ବାସ୍ତବ ସ୍ଥିତିକୁ ପରିହାସ କରୁଛି। ଲଗୁଚାପ ଜନିତ ବର୍ଷା ଓ ବନ୍ୟାରେ ଶାସକ ଠାରୁ ବିରୋଧି ଦଳର ନେତୃବୃନ୍ଦ ପ୍ରତିଯୋଗିତା ମୂଳକ ସାହାଯ୍ୟ ସହଯୋଗ କରୁଥିବା ନେଇ ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ଥିବା ବେଳେ ଏଭଳି ଦାଦନ ପରିବାର ସେମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଆଣିଛି। ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ରମେଶଙ୍କ ପରିବାରକୁ ଗୃହ ଓ ରାସନ ସାମଗ୍ରୀ ଯୋଗାଇବାକୁ ଶେଷରେ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories