www.samajalive.in
Saturday, December 6, 2025
15.1 C
Bhubaneswar

ଶାଳଚୁଆ ଘାଟିରେ ଅଟୋ ଓଲଟି ୪ ଗୁରୁତର, ୧ ମୃତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଶାଳଚୁଆ ଘାଟିରେ ଆଜି ଏକ ଅଟୋ ଓଲଟି ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ବେଳେ ୪ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇ ଥିବା ଜଣାପଡ଼ିଛି। ସୁଚନା ଅନୁସାରେ ମହୁଲଡିହା ଥାନା ଅନ୍ତର୍ଗତ ବାଗଦଫା ଗ୍ରାମର ମହିଳାମାନେ ଏକ ଅଟୋ ଯୋଗେ ଆନନ୍ଦପୁର ବାଉଁଶ ଗଡ଼ ଗ୍ରାମକୁ ଯାଉଥିବା ସମୟରେ ଶାଳଚୁଆ ଘାଟି ନିକଟରେ ଅଟୋଟି ଭାରସାମ୍ୟ ହୋରାଇ ଓଲଟି ପଡିଥିଲା, ଫଳରେ ଅଟୋରେ ଥିବା ମହିଳା ମାନେ ଗୁରୁତର ଆହାତ ହୋଇଥିଲେ। ସ୍ଥାନୀୟ ଲୋକ ଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହାତଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା ।  ସେଠାରେ ଡାକ୍ତର ବିମଳା ନାୟକର ମୃତ୍ୟୁ ଘୋଷଣା କରିଥିଲେ । ଗୁରୁତର ଥିବା ୨ ଜଣ ପୂର୍ଣ୍ଣିମା ନାୟକ ଓ ରଶ୍ମିତାକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସଦ୍ୟଭାମା ନାୟକ ଓ. ଲତାମଣି ନାୟକ  ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅଛନ୍ତି । ମହୁଲଡିହା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା କରି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories