www.samajalive.in
Monday, December 15, 2025
17.1 C
Bhubaneswar

ମଶାଣି ଜୁଇରୁ ଉଠିଲା ଶବ, ଡାକ୍ତରଖାନାରେ ମୃତ ଘୋଷଣା

କଳାପଥର(ବାଙ୍କୀ):ବୟସ ପାଖାପାଖି ୮୮ରୁ ୯୦ ବର୍ଷ ଭିତରେ ହେବ। ସକାଳେ ଚଲା ବୁଲା କରୁଥିବାବେଳେ ଅପରାହ୍ଣ ୨ଟା ବେଳକୁ ହଠାତ ଅସୁସ୍ତ ହୋଇପଡିଲେ। ବନ୍ଧୁ ଓ ପରିଜନମାନେ ଦେଖିଲା ବେଳକୁ ତାଙ୍କର ପ୍ରାଣବାୟୁ ନଥିବା ଜାଣି କୋକେଇ ସଜବାଜକରି ମଶାଣିକୁ ଶବ ଦାହ କରିବା ପାଇଁ ନେଇଯାଇଥିଲେ। ସାଥିରେ ମାଲଭାଇ ଓ କେତେକ ପରିବାର ଲୋକ ବୃଦ୍ଧଙ୍କୁନେଇ କୋକେଇରେ ରଖି କାଠ ଦେହରେ ଅଗ୍ନି ସଂଯୋଗ କରୁଥିବା ସମୟରେ ହଠାତ୍ ମୃତ ବୃଦ୍ଧ ଜଣଙ୍କ ଶବଦାହ କାଠକୁ ଟେକି ଦେଇଥିଲେ। ଫଳରେ ଶବ ବାହକ ଓ ପରିଜନମାନେ ଭୟଭୀତ ହୋଇ ପଡିଥିଲେ। କିଛି ସମୟ ଆବାକ୍ ହୋଇ ପଡିଥିବାବେଳେ ତୁରନ୍ତ ବୃଦ୍ଧଙ୍କୁ ଚିକିତ୍ସାପାଇଁ ୧୦୮ ଅମ୍ବୁଲାନ ଯୋଗେଁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଚିକିତ୍ସା ପରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ପରେ ପୁନଃଶ୍ଚ କୋକେଇ ସଜାଡି ଶବ ସଂସ୍କାର କରିବାକୁ ନେଇଥିଲେ। ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ପଞ୍ଚାୟତର କୃଷ୍ଣପଲ୍ଲୀ ଗ୍ରାମର ଚଷା ସାହିରେ ଘଟିଥିବା ଜଣାପଡିଛି।
ଜଣା ଯାଇଛି ଯେ, ଉକ୍ତ ଗ୍ରାମର ସାନନ୍ଦ ପରିଡା ବୟସ(୮୫) ଆଜି ସକାଳେ ଘରେ ଖିଆପିଆକରି ସୁସ୍ଥ ଥିବାବେଳେ ଅପରାହ୍ଣ ୨ଟା ବେଳକୁ ହଠାତ ଅସୁସ୍ତ ହୋଇ ମୃତପ୍ରାୟ ପଡିରହିଥିଲେ। ପରିବାର ଲୋକମାନେ ବୃଦ୍ଧଙ୍କୁ ଦେଖିବାପରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିବା ଭାବି ନେଇଥିଲେ। ବନ୍ଧୁ ପରିଜନମାନଙ୍କୁ ଡକାଇ ମଶାଣିକୁ ଶବ ସତ୍କାର କରିବାକୁ ନେଇଥିଲେ। ହିନ୍ଦୁ ରୀତିନୀତି ଅନୁଯାୟୀ ଶବ ସତ୍କାର କରାଯିବାପାଇଁ ଅଗ୍ନି ସଂଯୋଗ କରାଯିବା ସମୟରେ ହଠାତ୍ ମୃତ ସାନନ୍ଦ ପରିଡା ଏକ ବିକଟାଳ ଶବ୍ଦ କରିଥିଲେ। ଏହି ସମୟରେ ଶବବାହକ ଓ ପରିଜନ ମାନେ ଭୟଭିତ ହୋପଡିଥିଲେ। ପରେ ତୁରନ୍ତ ତାଙ୍କୁ ଚିକିତ୍ସାପାଇଁ ଭାପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାପରେ ଡାକ୍ତରଖାନା ପକ୍ଷରୁ ୧୦୮ ଆମ୍ବୁଲାନ୍ସେଯାଗେଁ ଘରକୁ ନିଆଯାଇଥିଲା। ସଂଧ୍ୟାରେ ବୃଦ୍ଧଙ୍କର ପୁର୍ଣ୍ଣଶ୍ଚ ଶବଦାହର ବ୍ୟବସ୍ଥା କରାଯାଇଥିଲା। ଏହି ଘଟଣା ଏଠାରେ ଆଲୋଚନାର ବିଷୟ ପାଲଟିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories