ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶା କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଆଶାମାନଙ୍କ ଦକ୍ଷତା ବୃଦ୍ଧି ନେଇ ତାଲିମ ପ୍ରଦାନ

କଲମପୁର: ଗୁରୁବାର କଲମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରର ସଭାଗୃହ ଠାରେ ମୀନଗୁର ଏବଂ କଲମପୁର ସେକ୍ଟରର ଆଶାମାନଙ୍କ ଦକ୍ଷତା ବୃଦ୍ଧି ନେଇ ଏକ ତାଲିମ ଶିବିର ଆୟଜିତ ହେଇଯାଇଛି। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶା କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଶା କର୍ମୀଙ୍କ ଦକ୍ଷତା ବୃଦ୍ଧି ହେଲେ ଗ୍ରାମାଂଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ହେଇ ପାରିବ। ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶା ମାନଙ୍କ ଦକ୍ଷତା ବୃଦ୍ଧି ନେଇ ତାଲିମ ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳର ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସୁରକ୍ଷିତ ମାତୃତ୍ୱ ଏବଂ ଶିଶୁ ସୁରକ୍ଷା ପାଇଁ ପୂର୍ବ ଅପେକ୍ଷା ବର୍ତ୍ତମାନ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ପାଇଛି। ଏହାସହ ଘରୋଇ ପ୍ରସବ ହ୍ରାସ ପାଇବା ସହ ସୁରକ୍ଷିତ ପ୍ରସବ ପାଇଁ ସ୍ୱାସ୍ତ୍ୟ କେନ୍ଦ୍ର ଉପରେ ଲୋକେ ନିର୍ଭର କରୁଛନ୍ତି।

ସେହିଭଳି ଯକ୍ଷ୍ମା ମୁକ୍ତ ହେଉକି କୁଷଅଠ ମୁକ୍ତ ଭଆରତ ଗଠନ ହେଉ ଆଶା ମାନେ ତୃଣମୂଳସ୍ତରର ରୋଗୀଙ୍କୁ ଚିହ୍ନଟରେ ସହଯୋଗ କରୁଥିବାରୁ ଏହି କାର୍ଯ୍ୟକ୍ରମ ଏବେ ସଫଳ ହେବାର ସମ୍ଭାନା ସୃଷ୍ଟି ହେଇଛି। ତେଣୁ ଆଶଆଙ୍କ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଜରୁରୀ ହେଇ ପଡ଼ିଛି। ମୀନଗୁର ସେକ୍ଟର ପାଇଁ ଆୟୋଜିତ ତାଲିମ ଶିବରକୁ ସ୍ୱାସ୍ଥ୍ୟ ପରିଦର୍ଶକ ଭବାନୀଶଙ୍କର ସୁନାନୀ ପରି•ଳନା କରିଥିବା ବେଳେ ଗୋଷ୍ଠୀ ଜନ ସ୍ୱାସ୍ତ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡ଼ିଆ ଯୋଗ ଦେଇ ଆଶା ମାନଙ୍କ କାର୍ଯ୍ୟ ପରିସର ଏବଂ ସେମାନଙ୍କ ପ୍ରତ୍ସୋହନ ଏବଂ ସହାୟତା ସମ୍ବନ୍ଧରେ ବୁଝାଇଥିଲେ।

କଲମପୁର ସେକ୍ଟର ପାଇଁ ଆୟୋଜିତ ତାଲିମ ଶିବରକୁ ଭେଙ୍କେଟେଶ୍ୱର ବାଗ ପରି•ଳନା କରିଥିବା ବେଳେ ବି.ପି.ଏମ ପ୍ରଶାନ୍ତ କୁମାର ପାଢୀ ଯୋଗ ଦେଇ ଶିଶୁ ମାତୃ ମୃତ୍ୟୁ ହାର ରୋକିବାରେ ଆଶା ମାନଙ୍କ କାର୍ଯ୍ୟ ଦକ୍ଷତା, ନବ ଜାତ ଶିଶୁର ସ୍ୱାସ୍ତ୍ୟ ପୋଷଣ ଏବଂ ପୃଷ୍ଟି ଶସ୍ୟ, ଅଣ ସଂକ୍ରାମକ ରୋଗ ଟୀକାକରଣ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ। ଦୁଇଟି ପର୍ଯ୍ୟାୟରେ ଆୟୋଜିତ ଏହି ତାଲିମ ଶିବିର ଅପରାହ୍ନ ୪ଟା ବେଳେ ସମ୍ପନ୍ନ ହେଇଥିଲା। ଏଥିରେ ଦୁଇଟି ସେକ୍ଟରର ୬୯ ଜଣ ଆଶା ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ। ବସନ୍ତ ନିଆଲ କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ।

Comments are closed.