www.samajalive.in
Saturday, December 6, 2025
14.1 C
Bhubaneswar

ଅମଳ ହେବାକୁ ଥିବା ଧାନରେ ବର୍ଷାର ପ୍ରଭାବ; ଚିନ୍ତାରେ ଚାଷୀ

କଲମପୁର: ବର୍ଷା ଅଭାବ, ଜଳସେଚନରେ ଅନିୟମିତତା, ରୋଗ ପୋକର ପ୍ରଭାବ, ସାର ଏବଂ କୀଟନାଶକର ଆକାଶ ଛୁଆଁ ଦରଦାମ ଏବଂ ଶ୍ରମିକ ସମସ୍ୟା ଭଳି ପ୍ରତିକୂଳ ପରିସ୍ଥିତିରେ ଚାଷୀ କରିଥିଲା ଚାଷ। ଏବେ ଚାଷ ଅମଳର ସମୟ। ଚାଷ ଜମିରେ ଧାନ ପାକଳ ଅବସ୍ଥାରେ। ବାସ୍‌‌ କିଛି ଦିନ ପରେ ଅମଳ କରି ଘରକୁ ଆଣିଥାନ୍ତା ତାର କଷ୍ଟ ଉପାର୍ଜିତ ଧାନକୁ। କିନ୍ତୁ ଦାଉ ସାଧିଲା ବାତ୍ୟା ‘ମିଗ୍‌‌ଜୋମ୍‌‌’। ଏହାର ପ୍ରଭାବ ଚାଷୀକୂଳକୁ ଦେଇ ଯାଇଛି ଅସରନ୍ତି ଦୁଃଖ।

ଗତ ଏକ ସପ୍ତାହ ଧରି ମେଘୁଆ ପାଗ ଯୋଗୁଁ ଧାନ ଅମଳ କରିବାରେ ଚାଷୀ ପଛଘୁଞ୍ଚା ଦେଲେ। କାଳେ ବର୍ଷା ଯୋଗୁଁ ଅମଳ ଧାନ ନଷ୍ଟ ହୋଇଯିବ। ‘ଚୋର ଭୟ ଯେଉଁଠି ରାତି ହେଲା ସେଇଠି’ ନ୍ୟାୟରେ ଚାଷୀ ଯେଉଁ ବର୍ଷାକୁ ଡରୁଥିଲା ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଆଜି ହଜାର ହଜାର ଏକର ଚାଷ ଜମିର ଚାଷ ନଷ୍ଟ ହେବାର ଆଶଙ୍କା କରାଯାଉଛି। କଲମପୁର ବ୍ଲକର ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଇଛି। ସେଥିମଧ୍ୟରୁ ୨୦ ପ୍ରତିଶତ ଧାନ ଅମଳ ହୋଇ ସାରିଥିବା ବେଳେ ୮୦ ପ୍ରତିଶତ ଧାନ ଚାଷ ଜମିରେ ରହିଛି। ଯାହା ଲଗାଣ ବର୍ଷାର ପ୍ରଭାବରେ ଭିଜି ନଷ୍ଟ ହେବା ନିଶ୍ଚିତ। ଅନ୍ୟପଟେ ଅମଳ ହୋଇଥିବା ଧାନ ମଧ୍ୟ ଖଳାରେ ପଡ଼ିରହିଥିବାରୁ ପାଣି ଭିଜି ନଷ୍ଟ ହେବାର ସମ୍ଭାବନା ରହିଛି।

- Advertisement -

ଚାଷୀ ଧାନ ଚାଷ ଆରମ୍ଭରୁ ଅମଳ ପର୍ଯ୍ୟନ୍ତ ଏକର ପ୍ରତି ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥିପାଇଁ ଚାଷୀ ବିଭିନ୍ନ ବ୍ୟାଙ୍କ, ସାର ବ୍ୟବସାୟୀ ଏବଂ ମହାଜନମାନଙ୍କଠାରୁ ଋଣ ଏବଂ ଧାର ଉଧାର କରି ଚାଷ କାର୍ଯ୍ୟ କରିଥିଲେ। ଅମଳ ବେଳକୁ ବର୍ଷା ଦାଉ ସାଧିବାରୁ ଚାଷୀ ଏବେ ଚିନ୍ତାରେ। କିଭଳି ପରିବାର ପ୍ରତିପୋଷଣ କରିବେ, କିଭଳି ସେମାନଙ୍କ ଋଣ ପରିଶୋଧ କରିବେ ସେନେଇ ଚାଷୀ ଆଖିରୁ ନିଦ ହଜିଯାଇଛି। ଗୁରୁବାର କଲମପୁର ତହସିଲ ଅଧିନସ୍ଥ କଲମପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ କୃଷି ବିଭାଗରୁ କଲମପୁର କୃଷି କର୍ମୀ ପ୍ରଭାସିନୀ ପାତ୍ର କିଛି ପ୍ରଭାବିତ ଚାଷ ଜମି ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories