www.samajalive.in
Saturday, December 6, 2025
23.1 C
Bhubaneswar

ଆର୍ଥିକ ପ୍ରଗତି ଓ ମାନବିକ ଅଧିକାର ଦେଶର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ୟୁନେସ୍କୋ ଏବଂ ଇଣ୍ଟରସାଇନ୍ସ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି(ଆଇଆଇଏମଟି) ଭୁବନେଶ୍ୱରର ମିଳିତ ସହଯୋଗରେ ଜୁମ ମାଧ୍ୟମରେ ‘ମାନବିକ ଅଧିକାର ଏବଂ ଆର୍ଥିଥକ ବ୍ୟବସ୍ଥା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରକୁ ଉଦଘାଟନ କରି ୟୁନେସ୍କୋ ବକ୍ତୃତାମାଳାର ଚେୟାର ପ୍ରଫେସର ଫ୍ରାନ୍ସିସକୋ ଭିଗ୍ଲିଆରୋଲୋ ଦେଶର ଆର୍ଥିକ ପ୍ରଗତିକୁ ଗୁରୁତ୍ୱ ଦେବା ସହିତ ମାନବିକ ଅଧିକାର ସୁରକ୍ଷା ଉଭୟ ପରସ୍ପର ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ।

ଆଲୋଚନାଚକ୍ରକୁ ଆଇଆଇଏମଟି ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ପରିଚାଳନା କରିଥିଲେ। ଏହି ଅବସରରେ ପ୍ରଫେସର ପଟ୍ଟନାୟକ କହିଥିଲେ ଯେ ଗଣତନ୍ତ୍ର ପାଇଁ ଯେପରି ମାନବିକ ଅଧିକାର ଗୁରୁତ୍ୱପୂର୍ଣ୍ଣ ଠିକ ସେହିପରି ଦେଶର ବିକାଶ ପାଇଁ ଆର୍ଥିକ ସହଯୋଗ ଅତ୍ୟନ୍ତ ଆବଶ୍ୟକ ଏବଂ ଉଭୟ ପରସ୍ପର ପରିପୂରକ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଇଟାଲି ବିଶ୍ୱବିଦ୍ୟାଳୟର ପ୍ରଫେସର ଆରତୁରେ ହର୍ମନ ଆର୍ଥିକ ବିକାଶକୁ ଗୁରୁତ୍ୱ ଦେବା ସହିତ ମାନବିକ ଅଧିକାରକୁ ସମ୍ମାନ ଦେଲେ ଦେଶର ବିକାଶ ଆଗେଇ ଚାଲେ ବୋଲି ମତ ରଖିଥିଲେ।

- Advertisement -

ଓଡ଼ିଶା ଟେଲିକମ୍ର ନିର୍ଦ୍ଦେଶକ ସୁବ୍ରତ କୁମାର ପୃଷ୍ଟି ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଆଞ୍ଚଳିକ ବିକାଶ ସହିତ ତଳସ୍ତରରେ ରହୁଥିବା ଲୋକମାନଙ୍କର ଆବଶ୍ୟକତାକୁ ସରକାର ପୂରଣ କରିପାରିଲେ ମାନବିକ ଅଧିକାର ସୁରକ୍ଷିତ ହେବା ସହିତ ସମଗ୍ର ଦେଶର ପ୍ରଗତି ପରିଲିଖିତ ହୋଇପାରିବ ବୋଲି କହିଥିଲେ।

ଅରୁଣାଚଳ ପ୍ରଦେଶ ରାଜୀବଗାନ୍ଧୀ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ କୁମାର ନାଏକ ସରକାର ଏବଂ ପ୍ରତ୍ୟେକ ବ୍ୟକ୍ତି ମାନବିକ ଅଧିକାରକୁ ସୁରକ୍ଷା ଦେଇ ଦେଶର ଆର୍ଥିକ ବିକାଶରେ ସାମିଲ୍ ହୋଇପାରିଲେ ନାଗରିକର ସମୂହ ବିକାଶ ହୋଇପାରିବ ବୋଲି ମତ ରଖିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories