www.samajalive.in
Friday, December 5, 2025
26.1 C
Bhubaneswar

୫୦ ବର୍ଷ ଧରି କେବଳ ପାଣି ଓ ମୃଦୁ ପାନୀୟ ଭରସାରେ ବଞ୍ଚିଛନ୍ତି ମହିଳା

ଡେସ୍କ: ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତଙ୍କୁ ପ୍ରତିଦିନ ସ୍ବାସ୍ଥ୍ୟକର ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଶରୀରକୁ ଶକ୍ତିଶାଳୀ ରଖିବା ପାଇଁ ମଧ୍ୟ ଖାଦ୍ୟ ଆବଶ୍ୟକ। ସାଧାରଣତଃ ଯଦି ଜଣେ ଗୋଟିଏ ଦିନ ବି ଖାଦ୍ୟ ନ ଖାଏ, ତେବେ ଶରୀର ଦୁର୍ବଳ ଅନୁଭୂତ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି, ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି କିଛି ନ ଖାଇ ଜୀବନ ବିତାଉଛନ୍ତି। ଆଜି ଆମେ ଆପଣଙ୍କୁ ଭିଏତନାମର ଏପରି ଜଣେ ମହିଳାଙ୍କ ବିଷୟରେ କହିବୁ, ଯିଏ ପ୍ରାୟ ୫୦ ବର୍ଷ ଧରି କେବଳ ପାଣି ପିଇ ବଞ୍ଚିଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଜଣେ ୭୫ ବର୍ଷୀୟ ଭିଏତନାମ ମହିଳା ଦାବି କରିଛନ୍ତି ଯେ, ସେ ୫୦ ବର୍ଷ ମଧ୍ୟରେ କୌଣସି ଖାଦ୍ୟ ଖାଇ ନାହାନ୍ତି, କେବଳ ପାଣି ଏବଂ ଶର୍କରାଯୁକ୍ତ ପାନୀୟ ପିଇ ବଞ୍ଚିଛନ୍ତି। ଭିଏତନାମର କ୍ୱାଙ୍ଗ ବିହ୍ନ ପ୍ରଦେଶରେ ରହୁଥିବା ବୁଈ ଥି ଲୋଈ ତାଙ୍କ ବୟସ ତୁଳନାରେ ବେଶ୍‌ ଭଲ ଦେଖାଯାଆନ୍ତି। କିନ୍ତୁ ସେ ଦାବି କରିଛନ୍ତି ଯେ, ପ୍ରାୟ ପାଞ୍ଚ ଦଶନ୍ଧି ଧରି ସେ କିଛି ଖାଇ ନାହାନ୍ତି।

- Advertisement -

ବୃଦ୍ଧ ମହିଳା ଜଣକ କହିଛନ୍ତି ଯେ, ସେ ୫୦ ବର୍ଷ ଧରି ପାଣି ଏବଂ ମୃଦୁ ପାନୀୟ ପିଇ ବଞ୍ଚିଛନ୍ତି ଏବଂ କୌଣସି ଖାଦ୍ୟ ଖାଇବା ପାଇଁ ତାଙ୍କର କେବେ ଇଚ୍ଛା ମଧ୍ୟ ହୋଇନାହିଁ। ଏହା ୧୯୬୩ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଏବଂ ଅନ୍ୟ ମହିଳାମାନେ ଯୁଦ୍ଧରେ ଆହତ ସୈନିକମାନଙ୍କ ଚିକିତ୍ସା କରିବା ପାଇଁ ଏକ ପର୍ବତ ଉପରକୁ ଯାଉଥିଲେ। ଏହି ସମୟରେ ସେମାନେ ବଜ୍ରାଘାତର ଶିକାର ହୋଇଥିଲେ। ଏହାପରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ।  ଯଦିଓ ସେ ବଞ୍ଚିଗଲେ, କିନ୍ତୁ ତା’ପରଠୁ ସେ କେବେ ବି ଆଉ ଆଗପରି ରହି ନଥିଲେ। ଚେତା ଫେରିବା ପରେ ସେ ଅନେକ ଦିନ ପର୍ଯ୍ୟନ୍ତ କିଛି ଖାଇଲେ ନାହିଁ, ତେଣୁ ତାଙ୍କ ସାଙ୍ଗମାନେ ତାଙ୍କୁ ମିଠା ପାନୀୟ ଦେବା ଆରମ୍ଭ କଲେ।

ବଜ୍ରପାତ ଘଟଣାର କିଛି ବର୍ଷ ପର୍ଯ୍ୟନ୍ତ ବୁଈ ମୁଖ୍ୟତ ଫଳ ଖାଇବା ଜାରି ରଖିଥିଲେ। ୧୯୭୦ରେ ସେ ସବୁଦିନ ପାଇଁ ଖାଦ୍ୟ ଛାଡ଼ି ଦେଇଥିଲେ ଏବଂ ବଞ୍ଚିବା ପାଇଁ କେବଳ ଜଳ ଓ ମୃଦୁ ପାନୀୟ ଉପରେ ନିର୍ଭର କରିବାକୁ ଲାଗିଲେ। ତାଙ୍କ ଫ୍ରିଜ୍‌ରେ ପାଣି ଓ ମିଠା ମୃଦୁ ପାନୀୟ ଭର୍ତ୍ତି ହୋଇ ରହିଛି।

ବୃଦ୍ଧା ଜଣକ ଦାବି କରିଛନ୍ତି ଯେ, ଖାଦ୍ୟ ସୁଗନ୍ଧରେ ତାଙ୍କୁ ବାନ୍ତି ଲାଗେ। ଯଦିଓ ସେ ପୂର୍ବରୁ ନିଜ ପିଲାମାନଙ୍କ ପାଇଁ ଖାଦ୍ୟ ରାନ୍ଧୁଥିଲେ। ବର୍ତ୍ତମାନ ତାଙ୍କ ପିଲାମାନେ ବଡ଼ ହୋଇ ବାହାରକୁ ଚାଲିଯିବା ପରେ ତାଙ୍କ ରୋଷେଇ ଘରେ ଧୂଳି ଜମି ଗଲାଣି। ବିଶେଷ କଥା ହେଉଛି, ତାଙ୍କର ଅଦ୍ଭୁତ ଖାଇବା ପିଇବା ଅଭ୍ୟାସ କାରଣରୁ ସେ ନିଜ ପିଲାମାନଙ୍କୁ ସ୍ତନ୍ୟପାନ କରାଇ ପାରୁନଥିଲେ।

ଭିଏତନାମ-କ୍ୟୁବା ହସ୍ପିଟାଲର ପୋଷଣ ବିଭାଗ ଡାକ୍ତରଙ୍କ ଅନୁଯାୟୀ, ଶର୍କରାଯୁକ୍ତ ମୃଦୁ ପାନୀୟ ଶରୀରକୁ ଶକ୍ତି ଯୋଗାଇଥାଏ। ତେବେ ସେମାନେ ଏହା ମଧ୍ୟ ଜୋର ଦେଇ କହିଛନ୍ତି ଯେ, ଏହାର ଅତ୍ୟଧିକ ସେବନ ମାନବ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଏହାଦ୍ବାରା ମେଦବହୁଳତା, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ରୋଗ ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଆଶ୍ଚର୍ଯ୍ୟର କଥା, ବୁଈ ୫୦ ବର୍ଷ ହେଲା ଏହି ପାନୀୟ ପିଇ ବଞ୍ଚିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories