www.samajalive.in
Saturday, December 13, 2025
26.1 C
Bhubaneswar

ସ୍ୱାଧୀନ ମହିଳାଙ୍କ ସଫଳତାକୁ ହଜମ କରିପାରୁନି ବିଜେପି – ମହୁଆ ମୋଇତ୍ର

ଡେସ୍କ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ‘ଠୁମକା’ ମନ୍ତବ୍ୟକୁ ନେଇ ସାଂସଦ ମହୁଆ ମୋଇତ୍ର ଆଜି ବିଜେପି ସାଂସଦ ତଥା କେନ୍ଦ୍ର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ସମାଲୋଚନା କରିଛନ୍ତି। ସେ ଗିରିରାଜ ସିଂଙ୍କୁ ଲଜ୍ଜାହୀନ ମନ୍ତ୍ରୀ (ବେଶରମ ମିନିଷ୍ଟର) ବୋଲି ସମାଲୋଚନା କରିବା ସହ ବିଜେପି ଦଳ ଜଣେ ସ୍ୱାଧୀନ ମହିଳାଙ୍କ ସଫଳତାକୁ ହଜମ କରିପାରିବ ନାହିଁ ବୋଲି କହିଛନ୍ତି।

ମହୁଆ କହିଛନ୍ତି, ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏଭଳି ମନ୍ତବ୍ୟ ଦେଉଥିବା ଲଜ୍ଜାହୀନ ମନ୍ତ୍ରୀ ପାଇଁ ଦେଶ କିଭଳି ପରିସ୍ଥିତିରେ ଥିବା, ତାହା ଜଣାପଡୁଛି। ସେ କହିଛନ୍ତି, ବିଜେପିର ସମସ୍ତ ମନ୍ତ୍ରୀ ଓ ବିଧାୟକମାନେ ମହିଳାଙ୍କୁ ଘୃଣା କରନ୍ତି। ବିଶେଷକରି କୌଣସି ପୁରୁଷର ବିନା ସହଯୋଗରେ ଜଣେ ମହିଳାଙ୍କ ସଫଳତାକୁ ବିଜେପି ହଜମ କରିପାରୁନାହିଁ। ସେ ମଧ୍ୟ ମନ୍ତ୍ରୀ ଗିରିରାଜଙ୍କୁ ମିଥ୍ୟାବାଦୀ ବୋଲି କହିଛନ୍ତି କାରଣ ଗିରିରାଜ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ‘ଠୁମକା ଲଗାନା’ କହିବା ପରଦିନ ସେ କହିନାହାନ୍ତି ବୋଲି ସଫେଇ ଦେଇଥିଲେ। ସେ କହିଛନ୍ତି ଯେ ଯେତେବେଳେ ବିଜେପିର କେହି ପାଟି ଖୋଲନ୍ତି, ଖାଲି ମିଛ କହନ୍ତି।

- Advertisement -

ତେବେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ କ୍ଷମା ମାଗିବା ପାଇଁ ଟିଏମସି ଦାବି କରୁଛି କି ପଚରାଯିବାରୁ ମହୁଆ କହିଛନ୍ତି, ଏଭଳି ଲଜ୍ଜାହୀନ ମନ୍ତ୍ରୀଙ୍କଠାରୁ କ’ଣ ଆଶା କରାଯାଏ?

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories