www.samajalive.in
Friday, December 5, 2025
27.1 C
Bhubaneswar

ସ୍ୱାଧୀନ ମହିଳାଙ୍କ ସଫଳତାକୁ ହଜମ କରିପାରୁନି ବିଜେପି – ମହୁଆ ମୋଇତ୍ର

ଡେସ୍କ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ‘ଠୁମକା’ ମନ୍ତବ୍ୟକୁ ନେଇ ସାଂସଦ ମହୁଆ ମୋଇତ୍ର ଆଜି ବିଜେପି ସାଂସଦ ତଥା କେନ୍ଦ୍ର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ସମାଲୋଚନା କରିଛନ୍ତି। ସେ ଗିରିରାଜ ସିଂଙ୍କୁ ଲଜ୍ଜାହୀନ ମନ୍ତ୍ରୀ (ବେଶରମ ମିନିଷ୍ଟର) ବୋଲି ସମାଲୋଚନା କରିବା ସହ ବିଜେପି ଦଳ ଜଣେ ସ୍ୱାଧୀନ ମହିଳାଙ୍କ ସଫଳତାକୁ ହଜମ କରିପାରିବ ନାହିଁ ବୋଲି କହିଛନ୍ତି।

ମହୁଆ କହିଛନ୍ତି, ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏଭଳି ମନ୍ତବ୍ୟ ଦେଉଥିବା ଲଜ୍ଜାହୀନ ମନ୍ତ୍ରୀ ପାଇଁ ଦେଶ କିଭଳି ପରିସ୍ଥିତିରେ ଥିବା, ତାହା ଜଣାପଡୁଛି। ସେ କହିଛନ୍ତି, ବିଜେପିର ସମସ୍ତ ମନ୍ତ୍ରୀ ଓ ବିଧାୟକମାନେ ମହିଳାଙ୍କୁ ଘୃଣା କରନ୍ତି। ବିଶେଷକରି କୌଣସି ପୁରୁଷର ବିନା ସହଯୋଗରେ ଜଣେ ମହିଳାଙ୍କ ସଫଳତାକୁ ବିଜେପି ହଜମ କରିପାରୁନାହିଁ। ସେ ମଧ୍ୟ ମନ୍ତ୍ରୀ ଗିରିରାଜଙ୍କୁ ମିଥ୍ୟାବାଦୀ ବୋଲି କହିଛନ୍ତି କାରଣ ଗିରିରାଜ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ‘ଠୁମକା ଲଗାନା’ କହିବା ପରଦିନ ସେ କହିନାହାନ୍ତି ବୋଲି ସଫେଇ ଦେଇଥିଲେ। ସେ କହିଛନ୍ତି ଯେ ଯେତେବେଳେ ବିଜେପିର କେହି ପାଟି ଖୋଲନ୍ତି, ଖାଲି ମିଛ କହନ୍ତି।

- Advertisement -

ତେବେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ କ୍ଷମା ମାଗିବା ପାଇଁ ଟିଏମସି ଦାବି କରୁଛି କି ପଚରାଯିବାରୁ ମହୁଆ କହିଛନ୍ତି, ଏଭଳି ଲଜ୍ଜାହୀନ ମନ୍ତ୍ରୀଙ୍କଠାରୁ କ’ଣ ଆଶା କରାଯାଏ?

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories