www.samajalive.in
Saturday, December 6, 2025
15.1 C
Bhubaneswar

ନାଗ ସାପ କାମୁଡାରେ ଶିଶୁ ଗୁରୁତର

କଲମପୁର : ଆଜି ସକାଳୁ କଲମପୁର ଥାନା ଅନ୍ତର୍ଗତ ରଣମାଲ ରେଙ୍ଗାଲପାଲି ଗ୍ରାମ ଠାରେ ଘଟିଛି ଏକ ଅଘଟଣ। ଘର ବାହାରେ ନିଜ ସାଙ୍ଗ ମାନଙ୍କ ସହିତ ଖେଳୁଥିବା ବେଳେ ଜଣେ ଶିଶୁ ଏକ ବିଷଧର ନାଗସାପର କାମୁଡାର ଶିକାର ହେବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁସାରେ ରେଙ୍ଗାଲପାଲି ଗ୍ରାମର ତେଜରାଜ ହାତୀ ନାମକ ୮ ବର୍ଷୀୟ ଶିଶୁ ନିଜ ସାଙ୍ଗ ସାଥି ମାନଙ୍କ ସହିତ ଘର ବାହାରେ ଖେଳୁଥିଲା। ହଠାତ୍ ଏକ ନାଗ ସାପ ତେଜରାଜର ହାତ ଆଙ୍ଗୁଠିରେ କାମୁଡି ଦେଇଥିଲା। ପରିବାର ଲୋକ ଘଟଣା ସମ୍ବନ୍ଧରେ ଜାଣିବା ପରେ ଗୁରୁତର ଶିଶୁକୁ ଉଦ୍ଧାର କରି ତୁରନ୍ତ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ। କିନ୍ତୁ ଶିଶୁଟିର ଅବସ୍ଥା ଗୁରୁତର ଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଥିଲା। ଏକ ଆମ୍ବୁଲାନ୍ସ ସହାୟତାରେ ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories