www.samajalive.in
Saturday, December 6, 2025
23.1 C
Bhubaneswar

ଦେଖିଛନ୍ତି କି ଏହି ସ୍ୱପ୍ନ? ବଦଳାଏ ଭାଗ୍ୟ..

ସ୍ୱପ୍ନ ଦେଖିବା ସାଧାରଣ କଥା। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଅନେକ ସ୍ୱପ୍ନ ଭବିଷ୍ୟତ ବିଷୟରେ ଅନେକ ଶୁଭ ସୂଚନା ପ୍ରଦାନ କରିଥାଏ। ଏହାସହ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବିଷୟରେ ମଧ୍ୟ ସଙ୍କେତ ଦେଇଥାଏ। ସ୍ୱପ୍ନରେ କିଛି ଲୋକେ ପଶୁପକ୍ଷୀଙ୍କୁ ଦେଖି ଥାଆନ୍ତି, ସେଭଳି କିଛି ଧନ-ସମ୍ପତ୍ତି ମଧ୍ୟ ଦେଖିଥାଆନ୍ତି। ତେବେ ଜାଣନ୍ତୁ ସ୍ୱପ୍ନରେ ଦେଖୁଥିବା ଏହି ୫ଟି ଜିନିଷ କି କି ସଙ୍କେତ ଦେଇଥାଏ..

ସ୍ୱପ୍ନରେ ଶୁଆ ଦେଖିବା ଶୁଭ ସଙ୍କେତ ବୋଲି କୁହାଯାଏ। ଏହାର ଅର୍ଥ ଆପଣଙ୍କୁ ହଠାତ୍‌‌ କେଉଁଠାରୁ ଧନ ଲାଭ ହେବ।

- Advertisement -

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ମହୁମାଛି ବସା ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଆପଣଙ୍କ ଆୟରେ ବୃଦ୍ଧି ହେବ।

ଭବିଷ୍ୟତରେ ଘରେ ସୁଖସମୃଦ୍ଧି ଭରପୁର ରହିବ। ହସଖୁସିରେ ଦିନ ବିତିବ।

ଦେବୀଦେବତାଙ୍କୁ ସ୍ୱପ୍ନରେ ଦେଖିବା ବେଶ ଶୁଭଙ୍କର। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଦେବୀଦେବତାଙ୍କୁ ଦେଖିବା ଅର୍ଥ ଆଗାମୀ ଦିନରେ ଆପଣଙ୍କର ହେବାକୁ ଥିବା କାମରେ ନିଶ୍ଚୟ ସଫଳତା ମିଳିବ। ଏହାସହ ଆମଦାନୀର ସ୍ରୋତ ବୃଦ୍ଧି ପାଇବ। ହଠାତ୍‌‌ ଧନ ପ୍ରାପ୍ତି ହେବ।

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଫଳ ଭର୍ତ୍ତି ଗଛ ଦେଖିବା ଦ୍ୱାରା କିମ୍ବା ଏକାଧିକ ଗଛରେ ଫଳ ଭର୍ତ୍ତି ହୋଇଥିବା ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କୁ ବହୁତ ଧନ ପ୍ରାପ୍ତ ହେବ। ଧନୀର ହେବାର ସମ୍ଭାବନା ଅଧିକ।

ସ୍ୱପ୍ନରେ କଳାରଙ୍ଗର କଙ୍କଡା ବିଛା ଦେଖିବା ମଧ୍ୟ ଶୁଭଙ୍କର ବୋଲି କୁହାଯାଏ। ଏହାର ଅର୍ଥ ହଠାତ୍‌‌ ଆପଣଙ୍କୁ ଧନ ପ୍ରାପ୍ତି ହେବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories