www.samajalive.in
Saturday, December 6, 2025
16.1 C
Bhubaneswar

ଆରଡିସିଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା

ସମ୍ବଲପୁର: ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ସୋମବାର ସମ୍ବଲପୁରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମ୍ବଲପୁର ସ୍ଥିତ ତାଙ୍କର କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ପ୍ରଥମେ ରାଜପଥ ୨୧୫, ୪୯, ୨୩, ୧୪୯/୫୩, ୪୨/୫୫, ୫୩, ସମ୍ବଲପୁର ରିଂ ରୋଡ(ଭାରତମାଳା ପରିଯୋଜନା) ଏବଂ ଜାତୀୟ ରାଜପଥ ୧୪୩ଏଚ (ଲିଟିବେଡା – କେରୟା (ଝୋରମ) ଇତ୍ୟାଦିର ସମୀକ୍ଷା କରିଛନ୍ତି। ଏହାପରେ ରାଜସ୍ୱ ଆୟୁକ୍ତ ଜାତୀୟ ରାଜପଥ କାର୍ଯ୍ୟରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଜଡିତ ଜାତୀୟ ରାଜପଥ ଯଥା ୪୯ (ଝାରସୁଗୁଡା ବାଇପାସ ଏବଂ ଝାରସୁଗୁଡାରୁ ଭୋଜପୁର), ଜାତୀୟ ରାଜପଥ ୨୨୦ ର ପ୍ରଶସ୍ତିକରଣ, ଜାତୀୟ ରାଜପଥ ୨୬ (ବରଗଡ଼ରୁ ବରପାଲି) ଏବଂ ଜାତୀୟ ରାଜପଥ ୫୩ ଓ ୨୧୭ର ସମୀକ୍ଷା କରି କାର୍ଯ୍ୟଗୁଡିକୁ ସମୟ ଅବଧି ମଧ୍ୟରେ ସମ୍ପନ୍ନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକର ଶେଷ ପର୍ଯ୍ୟାୟରେ ଆଇ. ବି. ଷ୍ଟେସନରୁ ବୃନ୍ଦାମାଲ ଷ୍ଟେସନ ମଧ୍ୟରେ ଚାଲିଥିବା ଓଭର ବ୍ରିଜର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ଆରଡିସିଙ୍କ ସଚିବ ସୁକାନ୍ତ ତ୍ରିପାଠୀ, ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ, ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପଗୁଡିକର ନିର୍ଦ୍ଦେଶକ, ଟିଟିଲାଗଡ଼ ଉପ ଜିଲାପାଳ, ସମ୍ପୃକ୍ତ ପ୍ରକଳ୍ପ ଅଞ୍ଚଳର ତହସିଲଦାର, ମୁଖ୍ୟ ଯନ୍ତ୍ରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ଦକ୍ଷିଣ ପୂର୍ବ ରେଳବାଇ ବିଲାସପୁର ଓ ରେଳବାଇର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକରେ ଜମି ଅଧିଗ୍ରହଣ, କ୍ଷତିପୂରଣ ପ୍ରଦାନ, ଜମି ରେକର୍ଡରେ ସଂଶୋଧନ ଆଦି ବିଭିନ୍ନ ବିଷୟରେ ଆରଡିସି ଡ. ଦଳେଇ ସମୀକ୍ଷା କରିଥିଲେ। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସମ୍ବଲପୁର ଅଧିନସ୍ଥ ସମସ୍ତ ଜାତୀୟ ରାଜପଥଗୁଡିକର କାର୍ଯ୍ୟକୁ ଜନତାଙ୍କ ସୁବିଧା ନିମନ୍ତେ ସମୟ ଅବଧି ମଧ୍ୟରେ ଶେଷ କରିବାକୁ ସମସ୍ତ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଆରଡିସି ଡ. ଦଳେଇ ଦେଇଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories