ବେଆଇନ ମୋରମ ଚାଲାଣ, କାର୍ଯ୍ୟାନୁଷ୍ଠାନ ପାଇଁ ତହସିଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କଲମପୁର: କଲମପୁର ବ୍ଲକ ଅଧିନସ୍ଥ ମିନଗୁର ଦେର୍ଲାପଡା ଠାରେ ଗୋଟିଏ ପରିସର ମଧ୍ୟରେ ରହିଛି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର। ଉଭୟ ଅନୁଷ୍ଠାନର କୋଠାକୁ ଲାଗି ରହିଥିବା ଜମିରୁ ନିୟମିତ ବେନିୟମ ଭାବେ ମୋରମ ଖୋଳାଯାଇ ଚାଲାଣ ହେଉଛି। ଫଳରେ ସେଠାରେ ଏବେ ୧୫ର ଫୁଟରୁ ଅଧିକ ଗାତ ହୋଇସାରିଲାଣି। ଏହି ଗାତରେ ପାଣି ରହୁଥିବାରୁ ଉଭୟ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟର କୋମଳମତି ଶିଶୁଙ୍କ ଜୀବନ ପ୍ରତି ବିପଦ ପାଲଟିଛି। ଏହାସହ କୋଠାର ସ୍ଥାୟିତ୍ୱ ପ୍ରତି ମଧ୍ୟ ବିପଦ ଦେଖା ଦେଇଛି। ଉକ୍ତ ମରୁମ ଖାଦାନ ସରକାରୀ ଜମି ହେଇଥିବା ବେଳେ କିଭଳି ଜଣେ ବେସରକାରୀ ବ୍ୟକ୍ତି ନିଜ ଜମି କହି ମୋରମ ଉତ୍ତୋଳନ କରାଉରଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଏହାର ସମାଧାନ ପାଇଁ ତୁରନ୍ତ ଜମି ଚିହ୍ନଟ କରାଯିବା ପାଇଁ ଗ୍ରାମବାସୀଙ୍କ ତରଫରୁ ମହେନ୍ଦ୍ର ମାଝୀ, ନିରଞ୍ଜନ ପଣ୍ଡା, ହେମଲତା ମାଝୀ ପ୍ରମୁଖ ଗ୍ରାମବାସୀଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ କଲମପୁର ତହସିଲଦାର କରିଶ୍ମା ବେଶ୍ରାଙ୍କ ନିକଟରେ ଦାବି କରିଛନ୍ତି। ଏହାସହିତ ବେଆଇନ ଭାବେ ମୋରମ ଖନନ ଓ ଚାଲାଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ତହସିଲଦାରଙ୍କୁ ନିବେଦନ କରିଛନ୍ତି।

kalyan agarbati

Comments are closed.