ବିପର୍ଯ୍ୟୟ ପରିଚାଳନା ନେଇ ଅଭ୍ୟାସ ଶିବିର, ବହୁୁମୁଖି ବନ୍ୟା ଆଶ୍ରୟସ୍ଥଳ ନିକଟରେ ମକଡ୍ରିଲ

କଲମପୁର: କଲମପୁର ବ୍ଲକ ଅଧିନସ୍ଥ ବାଲିଛଡା ହାତୀ ନଦୀ କୂଳରେ ଥିବା ବନ୍ୟା ଆଶ୍ରୟସ୍ଥଳ ନିକଟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ନେଇ ଏକ ଅଭ୍ୟାସ ଶିବିର ଆୟୋଜିତ ହେଇଯାଇଛି। ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସହଯୋଗ ଓ କଲମପୁର ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏହି ସାମୂହିକ ଅଭ୍ୟାସ କର୍ମଶାଳାରେ ବିଡିଓ ପ୍ରସନ୍ନ କୁମାର ପଟେଲ, ତହସିଲଦାର କରିଶ୍ମା ବେଶ୍ରାଙ୍କ ସମେତ କଲମପୁର ବ୍ଲକ ବିପର୍ଯ୍ୟୟ ପରିଚାଳନାର ନୋଡାଲ ଅଧିକାରୀ ଦାଇତ୍ୱରେ ଥିବା ଜିଲା ଜନମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଜିଆଇଏସ ପ୍ରଫେସନାଲ ଡ.ରାକେଶ ରଞ୍ଜନ ଠାକୁର ପ୍ରମୁଖ ଅଧିକାରୀ ଭାବେ ଯୋଗ ଦେଇ ବନ୍ୟା, ବାତ୍ୟା,ବଜ୍ରପାତ, ଘରପୋଡି, ସାପ କାମୁଡା ଆଦି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ତୁରନ୍ତ ପୀଡିତଙ୍କୁ ଉଦ୍ଧାର ଓ ସେମାନଙ୍କ ଚିକିତ୍ସା ପାଇଁ ଥିବା ସମସ୍ତ ବ୍ୟବସ୍ଥା ସମ୍ବନ୍ଧରେ ବୁଝାଇଥିଲେ। ଏହାସହ ସ୍ଥାନୀୟ ଅଗ୍ନିଶମ ବିଭାଗର ପ୍ରମୁଖ ଅଧିକାରୀ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ବିଭିନ୍ନ ପରିସ୍ଥିତିର ସଠିକ ପରି·ଳା ନେଇ ଡେମୋ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ। ଏଥିରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଉପ ବିଭାଜନର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ୟାମ ସୁନ୍ଦର ମାରାଣ୍ଡି, ପ୍ରତାପ ଚନ୍ଦ୍ର ବେହେରା, ବାପୁନୀ ବେହରା, ବ୍ଲକ ପ୍ରଗତି ସହାୟକ ଲକ୍ଷ୍ମଣ ହରିଜନ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳ ଗୋପାଲ ତେଣ୍ଡକାରୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର ଦଳ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବାଲିଛଡା ଗ୍ରାମର ଶତାଧିକ ଲୋକ ଉପସ୍ଥିତ ଥିଲେ।

kalyan agarbati

Comments are closed.