www.samajalive.in
Monday, December 15, 2025
14.1 C
Bhubaneswar

ମା’ ମାଣିକେଶ୍ୱରୀଙ୍କ ନାଁରେ ନାମିତ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ

କଳାହାଣ୍ଡି : ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ। ଶୁକ୍ରବାର ମା’ ମାଣିକେଶ୍ୱରୀଙ୍କ ନାଁରେ ନାମିତ ହେଲା ବିଶ୍ୱବିଦ୍ୟାଳୟ। ଉଚ୍ଚ ଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ ନେଇ ଘୋଷଣା ହୋଇଥିଲା। ୫୦ଟି କଲେଜକୁ ନେଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ୨୦୨୦ ସେପ୍ଟେମ୍ବର ପହିଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଗତ ନଭେମ୍ବରରେ କଳାହାଣ୍ଡି ଗସ୍ତ ବେଳେ ମା’ମାଣିକେଶ୍ୱରୀଙ୍କ ନାମରେ ନାମିତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଶୁକ୍ରବାର ଠାରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭାବେ ନାମିତ ହେଲା । ଉଲ୍ଲେଖଯୋଗ୍ୟ, ଉଚ୍ଚ ଶିକ୍ଷା ବିଭାଗର ପତ୍ର ସଂଖ୍ୟା ୮୭୮୯ ତା.୬/୩/୨୦୧୯ ଦିନ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଘୋଷଣା ହୋଇଥିଲା । ଉଚ୍ଚ ଶିକ୍ଷା ବିଭାଗର ପତ୍ର ସଂଖ୍ୟା ୨୨୫୨୩, ତା.୨୫/୧୦/୨୦୧୯ ଅନୁଯାୟୀ ୫୦ଟି କଲେଜକୁ ନେଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଗଠନ କରାଯାଇଥିବା ଉଲ୍ଲେଖ କରାଯାଇଥିଲା । ଏହି ନିର୍ଦ୍ଦେଶ ନାମା ଅନୁଯାୟୀ ୧ ଜୁନ ୨୦୨୦ରୁ ଏ ବିଶ୍ୱବିଦ୍ୟାଳୟରେ ଶିକ୍ଷା ବର୍ଷ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅନୁଯାୟୀ ୨୦୨୦/୨୧ ଶିକ୍ଷା ବର୍ଷରୁ ଏଠାରେ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ ଗତ ନଭେମ୍ବର କଳାହାଣ୍ଡି ପ୍ରତିଷ୍ଠା ଦିବସ ଦିନ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ ସମୟରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାମକୁ ମା’ ମାଣିକେଶ୍ୱରୀଙ୍କ ନାମରେ ନାମିତ କରିବା ପାଇଁ ଘୋଷଣା କରିଥିଲେ । ଶୁକ୍ରବାର ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହା କଳାହାଣ୍ଡି ବାସୀଙ୍କ ଅଧିଷ୍ଠାତ୍ରୀ  ମା’ ମାଣିକେଶ୍ୱରୀଙ୍କ ନାମରେ ବିଶ୍ୱବିଦ୍ୟାଳୟ ନାମିତ ହୋଇ ଥିବାରୁ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories