www.samajalive.in
Saturday, December 6, 2025
26.1 C
Bhubaneswar

ଜିଲ୍ଲାପାଳ ଅଫିସ ଘେରିଲେ ବସ୍ତି ବାସିନ୍ଦା

ଭବାନୀପାଟଣା :  ସରକାର ଙ୍କ ଜବରଦଖଲ ଉଛେଦ ବିଜ୍ଞପ୍ତି କୁ ପ୍ରତ୍ୟାହାର ତଥା ବସ୍ତି ବାସିନ୍ଦା ଙ୍କୁ ପଟ୍ଟା ପ୍ରଦାନ ଦାବିରେ ହଜାର ହଜାର ବସ୍ତି ବାସିନ୍ଦା କଳାହାଣ୍ଡି ଜିଲ୍ଲାପାଳ ଙ୍କ ଅଫିସ ଘେରାଉ କରିଛନ୍ତି । ଭବାନୀପାଟଣା ସହରର ବନ୍ଦୋବସ୍ତ କରାଯିବାକୁ ସେମାନେ ଦାବି କରିଥିଲେ। ବର୍ଷା ସତ୍ବେ ଦାବିପତ୍ର ଗ୍ରହଣ କରିବାକୁ ସରକାରୀ ଅଧିକାରୀ ମଞ୍ଚକୁ ଆସିବାକୁ ବାଧ୍ୟ ହେଇଥିଲେ। ଭବାନିପାଟଣା ସହରରେ ହଜାର ହଜାର ଲୋକ ଦୀର୍ଘ ବର୍ଷ ଧରି ସରକାରୀ ଜମି ରେ ବସବାସ କରିଆସୁଛନ୍ତି। ବେସରକାରୀ ଭାବେ ସହରରେ ପ୍ରାୟ ୫୨ ଟି ବସ୍ତି ଥିବା ଜଣାପଡିଛି। ତେବେ ନଗରପାଳିକା ଅଞ୍ଚଳରେ ଡ୍ରୋନ ସର୍ଭେ ରେ ୨୯ ଟି ବସ୍ତି ର ୧୭୬୨ ଜଣ ଲୋକଙ୍କୁ ଜାଗା ମିଶନ ଜରିଆରେ ପଟ୍ଟା ଦିଆଯାଇଥିବା ସୂଚନା ମିଳିଛି। ତେବେ “ଯେଉଁଠି ଅଛୁ ସେହି ଜାଗାର ପଟ୍ଟା ” ପାଇଁ ଲୋକେ ଦୀର୍ଘ ବର୍ଷରୁ ଦାବି କରିଆସୁଛନ୍ତି। ନିର୍ବାଚନ ପାଖେଇ ଆସିଲେ ରାଜନୈତିକ ଦଳ ଗୁଡ଼ିକ ବସ୍ତି ବାସିନ୍ଦା ଙ୍କୁ ପଟ୍ଟା ପାଇଁ ପ୍ରତିଶ୍ରୁତିରେ ପୋତି ପକାନ୍ତି। ଆଉ ନିର୍ବାଚନ ସରିଗଲେ ପୁଣି ଯେଉଁ ଅବସ୍ଥା କୁ ସେଇ ଅବସ୍ଥା। ତେବେ ସଂପ୍ରତି ନୂତନ ସରକାର ଙ୍କ ଜବରଦଖଲ ଉଚ୍ଛେଦ ନୀତି ନିଆଁ ରେ ଘିଅ ଭଳି କାମ କରିଛି। ଏଣୁ ଏହି ନୀତିରେ ବସ୍ତି ବାସିନ୍ଦା କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ବିରାଟ ସମାବେଶ କରିଥିଲେ।
ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତି ଆନୁକୁଲ୍ୟରେ ଆୟୋଜିତ ଏହି ସମାବେଶରେ ସହରର ବିଭିନ୍ନ ବସ୍ତି ର ବାସିନ୍ଦା ସାମିଲ ହୋଇଥିଲେ। ସମିତି ଆବାହକ ବିଜୟ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶ ରେ ସାମନ୍ତ ଖମାରୀ, ବଦ୍ରି ପଟ୍ଟନାୟକ, ତ୍ରିଲୋଚନ ପାଣିଗ୍ରାହୀ, ଦାମୋଦର ବେହେରା, ମନୀନ୍ଦ୍ର ମହାନ୍ତି, ଗିରିଧାରୀ ପାତ୍ର, ସରୋଜ ବାଗ, ସୁକାନ୍ତି ସରାଫ ପ୍ରମୁଖ ଶତାଧିକ ଆନ୍ଦୋଳନକାରୀ ଉଦବୋଧନ ଦେଇ ଭିଟାମାଟି ନ ଛାଡ଼ିବାକୁ ଆହ୍ଵାନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀ ମାନେ ସଭାସ୍ଥଳ ଛାଡି ନଥିଲେ। ପରେ ଏହି ମର୍ମରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବର୍ଷା ସତ୍ବେ ସହକାରୀ ଜିଲ୍ଲାପାଳ ନିରଜ କୁମାର ଭତ୍ରା ମଞ୍ଚକୁ ଆସି ଆନ୍ଦୋଳନକାରୀ ଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ତେବେ ରାଜ୍ୟ ସରକାର ତୁରନ୍ତ ବିଜ୍ଞପ୍ତି ପ୍ରତ୍ୟାହାର ନକଲେ ଆଗକୁ ଏହି ଆନ୍ଦୋଳନ କୁ ଜିଲ୍ଲା ବ୍ୟାପି କରାଯିବ ବୋଲି ସମିତି ଚେତାବନୀ ଦେଇଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories