www.samajalive.in
Saturday, December 6, 2025
26.1 C
Bhubaneswar

୧୦୦ କୋଟିର ନିକଟତର ‘କବୀର ସିଂହ’

ମୁମ୍ବଇ : ଶାହିଦ କପୁର ଓ କିଆରା ଆଡ଼ଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ ବକ୍ସ ଅଫସିରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ମୁକ୍ତିଲାଭର ୪ ଦିନ ମଧ୍ୟରେ ଚଳଚ୍ଚିତ୍ରର ଆୟ ୧୦୦ କୋଟିର ନିକଟତର ହୋଇଛି। ଆଜି ଅର୍ଥାତ୍‍ ୫ମ ଦିନରେ ଏହା ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ଚଳଚ୍ଚିତ୍ର ସମୀକ୍ଷକ ମତପୋଷଣ କରିଛନ୍ତି।

ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍‍ କରି ଚଳଚ୍ଚିତ୍ରର ଆୟ ସମ୍ବନ୍ଧିତ ସୂଚନା ଦେଇଛନ୍ତି। ୪ର୍ଥ ଦିନ ସୋମବାର ୱାର୍କିଂ ଡେ’ରେ ମଧ୍ୟ ଚଳଚ୍ଚିତ୍ର ଉଲ୍ଲେଖନୀୟ ଆୟ କରିଛି। ୪ର୍ଥ ଦିନରେ ଏହା ୧୭.୫୪ କୋଟି ଟଙ୍କାର ବ୍ୟବସାୟ କରିଛି। ସୂଚନାଯୋଗ୍ୟ, ପ୍ରଥମ ଦିନରେ ଚଳଚ୍ଚିତ୍ର ୨୦.୨୧ କୋଟି, ଦ୍ୱିତୀୟ ଦିନରେ ୨୨.୭୧ ଓ ତୃତୀୟ ଦିନରେ ୨୭.୯୧ କୋଟି ଟଙ୍କା ଆୟ କରିଥିଲା। ତେବେ ଭାରତୀୟ ବଜାରରେ ଏଯାବତ୍‍ ଚଳଚ୍ଚିତ୍ରର ମୋଟ୍‍ ଆୟ ୮୮.୩୭ କୋଟିରେ ପହଞ୍ଚିଛି। ‘କବୀର ସିଂହ’ ଚଳିତ ବର୍ଷ ସବୁଠୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ‘ଉରୀ’କୁ ଟକ୍କର ଦେଇପାରେ ବୋଲି ତରଣ କହିଛନ୍ତି। ଦକ୍ଷିଣ ଭାରତରେ ମଧ୍ୟ ଚଳଚ୍ଚିତ୍ର ଜବରଦସ୍ତ ଆୟ ଜାରି ରଖିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories