www.samajalive.in
Sunday, December 7, 2025
26.1 C
Bhubaneswar

‘ରାଜନୈତିକ ଫାଇଦା ପାଇଁ ଜରୁରିକାଳୀନ ପରିସ୍ଥିତି ଲାଗୁ କରି ଗଣତନ୍ତ୍ରର ହତ୍ୟା କରାଯାଇଥିଲା’

ନୂଆଦିଲ୍ଲୀ: ଦେଶର ଗଣତନ୍ତ୍ରରେ କଳାଦିନ ଭାବେ ପରିଚିତ ଜରୁରିକାଳୀନ ପରିସ୍ଥିତିକୁ ମଙ୍ଗଳବାର ୪୪ ବର୍ଷ ପୂରଣ ହୋଇଛି। ୧୯୭୫ ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ବିଜେପି ନେତା ଏବଂ ମୋଦୀ ସରକାରଙ୍କ ସମସ୍ତ ମନ୍ତ୍ରୀ ଏହାକୁ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କ୍ଲିପ ଶେୟାର କରି ଜରୁରିକାଳୀନ ପରିସ୍ଥିତିକୁ ମନେ ପକାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଟ୍ବିଟ୍‌ କରି ଲେଖିଛନ୍ତି, ଆଜିର ଦିନରେ ରାଜନୈତିକ ହିତ ପାଇଁ ଗଣତନ୍ତ୍ରର ହତ୍ୟା କରିଦିଆଯାଇଥିଲା। ଏହି ଦିନ ଦେଶବାସୀଙ୍କଠାରୁ ସେମାନଙ୍କ ମୌଳିକ ଅଧିକାର ଛଡ଼ାଇ ନିଆଯାଇଥିଲା। ଖବରକାଗଜ ସଂସ୍ଥାଗୁଡ଼ିକରେ ତାଲା ପକାଇ ଦିଆଯାଇଥିଲା। ଲକ୍ଷାଧିକ ରାଷ୍ଟ୍ରଭକ୍ତ ଗଣତନ୍ତ୍ରକୁ ପୁନଃସ୍ଥାପନ କରିବା ଲାଗି ଅନେକ କଷ୍ଟ ସହିଛନ୍ତି। ସେହି ସମସ୍ତ ରାଷ୍ଟ୍ରଭକ୍ତଙ୍କୁ ମୁଁ ପ୍ରଣାମ ଜଣାଉଛି ବୋଲି ଶାହ ଉଲ୍ଲେଖ କରିଛନ୍ତି।

ମୋଦୀ ଏକ ଭିଡିଓ ଶେୟାର କରି ଜରୁରିକାଳୀନ ପରିସ୍ଥିତିର କଳା ଅଧ୍ୟାୟକୁ ମନେ ପକାଇଛନ୍ତି। ଭିଡିଓରେ ସଂସଦରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣର କିଛି ଅଂଶ ରହିଛି।

- Advertisement -

କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ, ଆଜି ମଧ୍ୟ ରାତ୍ରିରେ ମୁଁ ନିଜର ସମୟ ସ୍ବାଧୀନତା ପାଇଁ ସମର୍ପିତ କରିବି। କାରଣ ୧୯୭୫ ଜୁନ ୨୫ ମଧ୍ୟରାତ୍ରିରେ ଭାରତରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହୋଇଥିଲା, ଯାହା ଲୋକତନ୍ତ୍ରକୁ ହତ୍ୟା କରିଥିଲା। ରିଜିଜୁ ଲେଖିଛନ୍ତି, ଏହି ଦିନକୁ ଭାରତୀୟ ଲୋକତନ୍ତ୍ରରେ କଳା ଦିବସ ଭାବେ ସ୍ମରଣ କରାଯାଉଛି, ଯେତେବେଳେ କଂଗ୍ରେସ ସକରାର ସମ୍ବିଧାନ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରି ରାଜନୈତିକ ବିରୋଧୀଙ୍କୁ ଜେଲ ପଠାଇଥିଲା, ଗଣମାଧ୍ୟମ ଉପରେ ଚାପ ପକାଯାଇଥିଲା ଏବଂ ବିଚାରପତିମାନଙ୍କ ଉପରେ ଅତ୍ୟାଚାର କରାଯାଇଥିଲା।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories