nua o banner

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

BJD Bijuli 480×75 Mob

ବାଙ୍କୀ : ବେଦପୁର ସ୍ଥିତ କବିଚନ୍ଦ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ପବିତ୍ର ବକୁଳ ଅମାବାସ୍ୟା ତିଥିରେ କବିଚନ୍ଦ୍ରଙ୍କର ୧୨୫ତମ ଜୟନ୍ତୀ ଉତ୍ସବ ରବିବାର ପାଳିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ତଥା ଆବାହକ ଭବାନୀ ପଣ୍ଡିତଙ୍କ ସଂଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବାଷ ପାଢୀ, ପ୍ରେସ କ୍ଳବ ଉପସଭାପତି ସମରେନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବାଙ୍କୀ ମାଟିର ବରପୁତ୍ର, ଓଡିଆ, କଳା, ସଂସ୍କୃତିର ଉଜ୍ଜ୍ୱଳ ଜ୍ୟୋତିଷ୍କ ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର ଡଃ କାଳୀଚରଣ ପଟ୍ଟନାୟକଙ୍କ ଜୀବନ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ।

ରାଜ୍ୟ ସ୍ତରରେ ଭୂବନେଶ୍ୱର ଠାରେ ଏବଂ ପ୍ରତିମୂର୍ତ୍ତି ନିର୍ମାଣ ସହିତ ତାଙ୍କର ଜନ୍ମ ଦିବସ ଏବଂ ଶ୍ରାଦ୍ଧ ଦିବସ ସରକାରୀ ସ୍ତରରେ ପାଳନ ପାଇଁ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ ଲାଗି ସ୍ଥାନୀୟ ଜନପ୍ରତିନିଧି ବ୍ୟବସ୍ଥା କରିବା ନିମନ୍ତେ ଆଲୋଚନା କରାଯାଇଛି । ଡାକ୍ତର ଜଗଦିଶ ପଣ୍ଡା, ବିଦ୍ୟାଧର ଖଟୁଆ, ଓକିଲ ସନ୍ତୋଷ କୁମାର ରଣା, ରଂଜିତ କୁମାର ବେହେରା, ସନାତନ ବେହେରା ପ୍ରମୁଖ ଜୟନ୍ତୀ ଅବସରରେ ବକ୍ତବ୍ୟ ରଖିଥିଲେ। କବିଚନ୍ଦ୍ର ସ୍ମୃତି ସଂସଦର ସଦସ୍ୟ ବେଣୁଧର କର,ବିଜୟ କୁମାର ଦିକ୍ଷିତ୍, ସୁରେନ୍ଦ୍ର ମହାପାତ୍ର, ସହସମ୍ପାଦକ ପଠାଣୀ ବେହେରା, ନଗେନ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ବୁଦ୍ଧିଜୀବି ମାନେ ଉପସ୍ଥିତ ରହି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କୁ ଭକ୍ତି ସୁମନ ଅର୍ପଣ କରିଥିଲେ।

Comments are closed.