www.samajalive.in
Monday, December 15, 2025
15.1 C
Bhubaneswar

ଜାଣିଶୁଣି ନିଜ ନାକ, କାନ ଓ ଜିଭ କାଟିଛନ୍ତି ଏହି ଯୁବକ : କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

୨୨ ବର୍ଷିୟ ଏହି ଯୁବକ ନିଜ ନାକ କାଟି ଦେଇଛନ୍ତି। ସେ ଚାହୁଁଥିଲେ ତାଙ୍କ ମୁହଁ ମଣିଷ ଖପୁରି ଭଳି ଦେଖାଯାଉ। ଏହି ଯୁବକ ହେଉଛନ୍ତି କଲମ୍ବିଆର ଏରିକ୍‍ ୟିନର୍‍ ହିନ୍‍କୈପି। ଲୋକେ ତାଙ୍କୁ କାଲକା ସ୍କଲ ନାଁ’ରେ ଜାଣନ୍ତି। ସେ କେବଳ ନିଜ ନାକ ନୁହେଁ ବରଂ ଦୁଇ କାନ ମଧ୍ୟ କାଟି ଦେଇଛନ୍ତି। ଭୟାନକ ଚେହେରା ଧାରି ଏହି ଯୁବକ ପେଷାରେ ଜଣେ ଟ୍ୟାଟୁ ଆର୍ଟିଷ୍ଟ। ସେ ନିଜ ମୁହଁକୁ ଏପରି କରିବା ପାଇଁ ବିଭିନ୍ନ ଅସ୍ତ୍ରୋପଚାର କରାଇଛନ୍ତି। କାଲ୍‍କା ନିଜ ଜିଭକୁ ମଧ୍ୟ ଦୁଇ ଭାଗରେ କାଟିଛନ୍ତି। ସମ୍ପୂର୍ଣ୍ଣ ମୁହଁରେ ଟ୍ୟାଟୁ କରିବା ପରେ ମଧ୍ୟ ତାଙ୍କ ମନ ଭରି ନଥିଲା, ଶେଷରେ ସେ ଜିଭରେ ଟ୍ୟାଟୁ କରାଇଥିଲେ। ଯେତେବେଳେ ଏହି ଯୁବକ ସାର୍ବଜନିନ ସ୍ଥାନକୁ ଯାଆନ୍ତି ଲୋକେ ତାଙ୍କୁ ଦେଖି ଭୟଭୀତ ହୋଇ ଯାଇଥାଆନ୍ତି। ତାଙ୍କ କହିବା ଅନୁସାରେ ସେ ତାଙ୍କର ଏହି ନୂଆ ରୂପକୁ ନେଇ ବହୁତ ଖୁସି। ସାମାଜିକ ଗଣମାଧ୍ୟମରେ ସେ ତାଙ୍କର ଏହି ନୂଆ ରୂପର ବହୁତ ଫଟୋ ସେୟାର କରିଛନ୍ତି। ସେ ତାଙ୍କ ଦେଶର ପ୍ରଥମ ବ୍ୟକ୍ତି ଯିଏ ନିଜ ଇଚ୍ଛାରେ ନାକ, କାନ ଓ ଜିଭ କାଟିଛନ୍ତି।
କାଲ୍‍କା ତାଙ୍କ ମାଆଙ୍କ ମୃତ୍ୟୁ ପରେ ଏହିପରି ଭାବେ ନିଜ ଶରୀର ସହ ଖେଳିବାକୁ ଲାଗିଥିଲେ। ସେ ମାଆଙ୍କୁ ହରାଇବା ଦୁଃଖରେ ଏପରି କରି ନାହାନ୍ତି। ତାଙ୍କ କହିବା ଅନୁସାରେ ପିଲାଦିନରୁ ସେ ଟ୍ୟାଟୁ ପ୍ରତି ଆକର୍ଷିତ ଥିଲେ। ହେଲେ ମାଆ କେବେହେଲେ ଏଥିପାଇଁ ଅନୁମତି ଦେଉନଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories