www.samajalive.in
Monday, December 8, 2025
16.1 C
Bhubaneswar

କେ.ଭି. କଲେଜ ପରିସରରେ ନବନିର୍ମିତ ଲାବୋଟୋରୀ ଉଦଘାଟିତ

କଂଟାବାଂଜି : ସ୍ଥାନୀୟ କେ.ଭି. କଲେଜ ପରିସରରେ ନବନିର୍ମିତ ଲାବୋଟେରୀ ସ୍ଥାନୀୟ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହା ପଶ୍ଚିମ ଓଡିଶା  ବିକାଶ ପରିଷଦ ପାଣ୍ଠିରୁ ୫ ଲକ୍ଷ ଟଙ୍କାରେ ଉଭୟ ବାଳକ ଓ ବାଳିକାମାନଙ୍କ ପାଇଁ ନିର୍ମିତ। ବର୍ତ୍ତମାନ କେ.ଭି. କଲେଜରେ ଯୁକ୍ତ ୨ ରୁ ପି.ଜି. ପର୍ଯ୍ୟନ୍ତ ଅଧ୍ୟୟନରତ ୨ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଏହାର ନିତାନ୍ତ ଆବଶ୍ୟକତା ରହିଥିଲା। ଏହି ଅବସରରେ ବିଧାୟକ କଲେଜର ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଓ କର୍ମଚାରୀଙ୍କ ସହ କଲେଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ମିଶ୍ରଙ୍କ ଅନୁରୋଧ କ୍ରମେ କଲେଜ ସମ୍ମୁଖ ରାଜ୍ୟପଥ ୪୨ ପାର୍ଶ୍ବରେ ଏକ ଯାତ୍ରୀ ବିଶ୍ରାମାଗାର ଏବଂ କଲେଜ ପରିସରରେ ଏକ ସାଂସ୍କୃତିକ ମଣ୍ଡପ ଯଥାଶୀଘ୍ର ନିର୍ମାଣ କରାଯିବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଏଥିପାଇଁ କେ.ଭି. ପରିବାର ତରଫରୁ ଅଧ୍ୟକ୍ଷ ଶ୍ରୀ ମିଶ୍ର ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories