ସ୍ୱଚ୍ଛତାରେ ଅବହେଳାକୁ ନେଇ ପ୍ରଶାସନକୁ  ଗୁହାରି କଲେ ସେବାସେନା କର୍ମକର୍ତ୍ତା

 କଲ୍ୟାଣସିଂହ :   କାଶୀପୁର ବ୍ଲକ ପରେ କଲ୍ୟାଣସିଂହପୁର ବ୍ଲକରେ ଝାଡାବାନ୍ତି ବ୍ୟାପିଲା । କିନ୍ତୁ ପୂର୍ବ ପ୍ରସ୍ତୁତି ଠିକ୍ ନ ଥିବାରୁ ଆକ୍ରାନ୍ତ ଚିହ୍ନଟ ହେଲା ପରେ ଏବେ ବାହାଘର ବେଳେ ବାଇଗଣ ରୁଆ ଭଳି ପ୍ରଶାସନର ତତ୍ପର ହେଉଥିବା ଦେଖିବାକୁ ମିଳିଛି । ବୁଡ଼ାଗୁଡ଼ା ପଞ୍ଚାୟତର ଗୁରୁତୁଲି ଗାଁରେ ଏବେ ସମସ୍ତଙ୍କ ନଜର। ସେହି ପଞ୍ଚାୟତର ବୁଡ଼ାଗୁଡ଼ା ଗ୍ରାମ କଥା ଯଦି କହିବା ତେବେ ସ୍ଥିତି ସାଙ୍ଘାତିକ ନ ହେବ ଆଗକୁ କେହି କହି ପାରିବେନି। ଏପଟେ ଗାଁରେ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।  ଗାଁ ମୁଣ୍ଡରୁ ଅଙ୍ଗନବାଡ଼ି କେନ୍ଦ୍ର ଦେଇ ଯାଇଥିବା ଡ୍ରେନ ଟିର ଅବସ୍ଥା ଅତି ଶୋଚନୀୟ, ଦୀର୍ଘ ଦିନ ହେଲାଣି ଡ୍ରେନ ସଫା ହୋଇନାହିଁ। ପଙ୍କ କାଦୁଅ ପ୍ଲାଷ୍ଟିକ ବୋତଲ ପଡ଼ି ଦୁର୍ଗନ୍ଧ ହେଉଛି। ଏହାକୁ ଦେଖି ସ୍ବେଚ୍ଛାସେବୀ ସଂଗଠନ ସେବା ସେନାର ଜିଲ୍ଲା ସଭାପତି ସନ୍ତୋଷ କୁମାର ବଛାଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହ ମିଶି ଡ୍ରେନ ସଫା କରିବା ପାଇଁ ସ୍ଥାନୀୟ ସରପଞ୍ଚ ଶ୍ରୀରାମ କାଡ଼୍ରାକାଙ୍କୁ ଏକ ଲିଖିତପତ୍ର ପ୍ରଦାନ କରିଥିଲେ। କିନ୍ତୁ ଦୁଇ ସପ୍ତାହ ପରେ ମଧ୍ୟ ଡ୍ରେନ ସଫା ହୋଇ ନ ଥିବା ଦେଖି ଆଜି ପୁଣି ଗ୍ରାମବାସୀଙ୍କ ସହ ସେବା ସେନାର କର୍ମକର୍ତ୍ତା ମିଶି କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଳରାମ ପାତ୍ରଙ୍କୁ ଲିଖିତ ପତ୍ର ଦେଇ ଗୁହାରି କରିଥିଲେ।
prayash
ଯୁଦ୍ଧକାଳୀନ ଭିତ୍ତିରେ ସଫା କରା ନ ଗଲେ ଗ୍ରାମ ବାସୀଙ୍କ ସହ ମିଶି ନିଜେ ସଫା କରିବା ପରେ ଯେତିକି ମଇଳା ଅଧା ପଞ୍ଚାୟତ ଏବଂ ଅଧା ବ୍ଲକ କାର୍ଯ୍ୟାଳୟରେ ପକେଇବାକୁ ବାଧ୍ୟ ହେବୁ ବୋଲି ସେବା ସେନାର କର୍ମକର୍ତ୍ତା କହିଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ଉପଦେଷ୍ଟା ବୈଦ୍ୟନାଥ କାଡ୍ରାକା, ସଭାପତି ବିଶ୍ଵନାଥ ହିକକା, କୋଷାଧ୍ୟକ୍ଷ ଗଙ୍ଗା ରାଓ ପ୍ରାସ୍କା ସକ୍ରିୟ ସଦସ୍ୟ  ସନ୍ତୋଷ ତିଆକା, ଶ୍ରୀକାନ୍ତ କାଡ୍ରାକା, କାମେୟା ତିଆକା ଈଶ୍ୱର କାଡ୍ରାକା ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏବିଷୟରେ ଏବିଡ଼ିଓ ବଳରାମ ପାତ୍ରଙ୍କ ପଚାରିବାରୁ ସେ କହିଲେ ପଞ୍ଚାୟତ ଅଧିକାରୀଙ୍କୁ କହିଛି ତାହା ସଫା କରିଦେବେ ।
kalyan agarbati

Comments are closed.