www.samajalive.in
Monday, December 15, 2025
16.1 C
Bhubaneswar

ନୂଆଗାଁରେ ରାକ୍ଷୀ ପୂର୍ଣ୍ଣିମା, ଗହ୍ମା ପର୍ବ ପାଳିତ

କ.ନୂଆଗାଁ : ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ପର୍ବ, ଯାହା ସାରା ଭାରତରେ ପାଳନ କରାଯାଇଥାଏ। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଉଥିବାରୁ ଆଜିର ଏହି ଦିନ ଟିକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା କୁହାଯାଏ। ପୁରାତନ କାଳରୁ ହିଁ ଭାରତୀୟ ସଂସ୍କୃତିରେ ଏହାକୁ ପାଳନ କରାଯାଉଛି। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ ଓ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ।

ଭାଇ ଭଉଣୀ ମଧ୍ୟରେ ରହିଥିବା ସଂପର୍କ ତଥା ପ୍ରେମର ଡ଼ୋରୀକୁ ବାନ୍ଧିବାର ପରମ୍ପରା କୁ ରକ୍ଷା ବନ୍ଧନ କୁହାଯାଇଥାଏ। ଯାହାକି ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ବକୁ ଦୃଢ଼ କରିଥାଏ। ତେବେ ଆଜି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କୁଡୁତୁଳି ପଞ୍ଚାୟତରେ ବହୁ ଆଡ଼ମ୍ବରରେ ଏହି ପର୍ବ ପାଳନ କରାଯାଇଛି। କୁଡୁତୁଳି ସରପଞ୍ଚ ଶ୍ରିଚନ୍ଦ୍ର ମଲିକ ଗ୍ରାମରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହିତ କରିବା ପାଇଁ ମ୍ୟାଜିକ ଚେୟାର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରି ଗ୍ରାମର ସମସ୍ତ ଶିଶୁଙ୍କ ହାତରୁ ରାକ୍ଷୀ ବାନ୍ଧି ଉପହାର ସ୍ବରୁପ ଖାତା ପେନ୍ ଭଳି ପାଠ୍ୟ ଉପକରଣ ବଣ୍ଟନ କରିଛନ୍ତି। ସରପଞ୍ଚଙ୍କ ଏଭଳି ଆୟୋଜନ କୁ ବୁଦ୍ଧି ଯିବି ମହଲରେ ପ୍ରସଂଶା କରାଯଇଛି। ଏହା ସହ ଆଖ ପାଖ ଅଂଚଳ ରେ ଆନନ୍ଦ ଉଲ୍ଲାସର ସହ ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମାପୂର୍ଣ୍ଣିମା ପର୍ବ ପାଳିତ ହୋଇଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories