mission shakti banner

ଜାପାନରେ ୫.୬ ତୀବ୍ରତାର ଭୂକମ୍ପ

nua o banner
0

ଟୋକିଓ : ଜାପାନର ପଶ୍ଚିମ ଭାଗରେ ସୋମବାର ୫.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ୫ ଜଣ ଆହତ ହୋଇଥିବା ବେଳେ କୋଠାବାଡି ଏବଂ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି। ତେବେ ଜାପାନର ଭୂକମ୍ପ ଏଜେନ୍ସି କହିଛି ଯେ, ଭୂକମ୍ପର ତୀବ୍ରତା ରିକ୍‍ଚର ସ୍କେଲରେ ୬.୧ ଥିଲ। ହିରୋସୀମା ଠାରୁ ୯୬କି.ମି ଦୂର ହୋଂଶୁ ଦ୍ୱୀପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପରିଲ୍ଲଖିତ ହୋଇଛି। ତେବେ ଜାପାନର ଭୂକମ୍ପ ଏଜେନ୍ସି ଲୋକମାନଙ୍କୁ ସତର୍କ କରାଇ କହିଛି କି ଯେଉଁ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି, ସେଠାରେ ଆଗାମୀ ଦିନରେ ପୁଣି ଭୂକମ୍ପର ସମ୍ଭାବନା ରହିଛି।

Leave A Reply