ଜୁଆ ଆଡା ପାଇଁ ଉଜୁଡିଲା ସଂସାର

0

ବ୍ରହ୍ମପୁର: ଜୁଆ ଆଡା ପାଇଁ ଉଜୁଡି ଗଲା ସଂସାର। ମାତ୍ର ୭ ହଜାର ଟଙ୍କା ଋଣ କରି ହାରି ଯିବାରୁ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିବା ଭଳି
ଅଭାବନୀୟ ଘଟଣା ଘଟିଛି  ଚାନ୍ଦପୁର ଫାଣ୍ଡି ଠାରୁ ଅଳ୍ପ ଦୂର ଦେଉଳିଆପଡା ଗ୍ରାମରେ । ଟଙ୍କା ଋଣ ଆଣି ଜୁଆ ଖେଳି ହାରି ଯାଇଥିଲା ହିଁ ନାଇକ (୨୨) । ଡଭାର ପୋଖରୀ ହିଡ ବର ଗଛ ମୂଳରେ ଜୁଆଖେଳ ଚାଲିଥିଲା । ତେବେ ଜୁଆଖେଳ ଲାଗିବା ଓ ଆତ୍ମହତ୍ୟା ଘଟଣା ପୋଲିସ ପାଖରେ ଖବର ନ ଥିବା ଜଣାପଡିଛି।

Leave A Reply