ବାଲେଶ୍ୱର : ବାଲେଶ୍ୱର ଜିଲା ରସାଳପୁର ଯଦୁନାଥ କଲେଜରେ ପ୍ରାକ୍ ଛାତ୍ର ସାଂସଦ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଛାତ୍ର ସାଂସଦ ନିର୍ବାଚନକୁ ନେଇ ଉଭୟ ସିନିୟର ଓ ଜୁନିୟର ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ସିନିୟର ଛାତ୍ର ଗୋଷ୍ଠୀ ଜଣେ ଜୁନିୟର ଛାତ୍ରକୁ ମାଡ ମାରିବା ସହ ପୋଖରୀରେ ବୁଡାଇ ଦେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ସେହି କଲେଜର ଯୁକ୍ତ ୩ ତୃତୀୟ ବର୍ଷ ଜଣେ ଛାତ୍ରଙ୍କୁ ଯୁକ୍ତ ୨ର କିଛି ଛାତ୍ର ମିଶି ପ୍ରଥମେ ମାଡ ମାରିଥିଲେ ଏବଂ ପରେ ପୋଖରୀରେ ବୁଡ଼ାଇ ଦେଇଥିଲେ । ସୌଭାଗ୍ୟବଶତଃ ଏଥିରେ ଉକ୍ତ ଛାତ୍ରଙ୍କ କିଛି କ୍ଷତି ହୋଇନାହିଁ । ପୋଖରୀରେ ବୁଡ଼ାଇବା ସମୟର ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ମାଡ଼ ଖାଇଥିବା ଛାତ୍ର ଜଣଙ୍କ ଜିଲାପଳଙ୍କୁ ଭେଟି ଏନେଇ ଅଭିଯୋଗ କରିଛନ୍ତି । ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ କାଉନସିଲ ମିଟିଂ ଡକାଯାଇ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜ ଅଧ୍ୟକ୍ଷ ଷ୍ଟାଫ କହିଛନ୍ତି ।



