ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲା ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ। ଶ୍ମଶାନ ଉନ୍ନତିକରଣ କାମ ପାଇଁ ଠିକାଦାରଙ୍କ ଠାରୁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଧରାପଡିଛନ୍ତି। ତେବେ ଧରାପଡିବା ପରେ କନିଷ୍ଠ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ।
ନାଉଗାଁ ବ୍ଳକର କନିଷ୍ଠଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ ଜାମୁଗାଁ ପଞ୍ଚାୟତର ଜଳସରପଡ଼ା ଅଞ୍ଚଳରେ ଏକ ଶ୍ମଶାନ କାର୍ଯ୍ୟର ୪ଲକ୍ଷ ଟଙ୍କା ବିଲ କରିବା ନିମନ୍ତେ ପ୍ରତାପ ଚନ୍ଦ୍ର କାଣ୍ଡିଙ୍କ ଠାରୁ ନିଜ ସହଯୋଗୀ ଵାପିନା ଦାସଙ୍କ ସାହାଯ୍ୟରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହଯୋଗୀ ଵାପିନା ଓ କନିଷ୍ଠଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକଙ୍କୁ ଜଗତସିଂହପୁର ଓ କଟକ ଭିଜିଲାନ୍ସ ମାଡି ବସି ଥିଲା।
୨୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ
Popular Categories



