www.samajalive.in
Saturday, December 6, 2025
15.1 C
Bhubaneswar

ଅମିତାଭଙ୍କ ନାଁ ଶୁଣି କାହିଁକି ଚିଡ଼ିଗଲେ ଜୟା ବଚ୍ଚନ ?

ସମାଜ ଡିଜିଟାଲ ଡେସ୍କ: କିଛିଦିନ ହେବ ରାଜ୍ୟ ସଭାରେ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏବଂ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ମଧ୍ୟରେ କଥା କଟାକଟି ଚାଲିଛି। ଏପରି କି ଅଭିତାଭ ବଚ୍ଚନଙ୍କ ନାଁ ଶୁଣିଲେ ଚିଡ଼ି ଯାଉଛନ୍ତି ଜୟା ବଚ୍ଚନ। ତେବେ ଏହାର କିଛି ବିଶେଷ କାରଣ ବି ରହିଛି।

ବାସ୍ତବ କଥା ହେଲା ରାଜ୍ୟ ସଭାରେ ଗୃହ କାର୍ଯ୍ୟ ସମୟରେ ଗୃହର ଅଧ୍ୟକ୍ଷ ସାଂସଦ ଜୟା ବଚ୍ଚନଙ୍କ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧନ କରୁଛନ୍ତି। ଯାହାର ପ୍ରତିବାଦ କରୁଛନ୍ତି ଜୟା ବଚ୍ଚନ। ସେ କହୁଛନ୍ତି ତାଙ୍କ ପଛରେ ଅମିତାଭଙ୍କ ନାଁ କାହିଁକି ଯୋଡ଼ାଯାଉଛି। ତାଙ୍କୁ କେବଳ ଜୟା ବଚ୍ଚନ ହିଁ ଡକାଯାଉ। ଏହାକୁ ନେଇ ସେ ଧନଖଡ଼ଙ୍କ ସହିତ ଯୁକ୍ତି କରୁଥିବା ଦେଖିବାକୁ ମିଳୁଛି।

- Advertisement -

ଜୟା ତାଙ୍କ ନାମ ସହିତ ଅମିତାଭଙ୍କ ନାଁ ଯୋଡ଼ିବାକୁ ବାରଣ କରି ଧନଖଡ଼ଙ୍କୁ କହିଛନ୍ତି, ମୁଁ ଜଣେ କଳାକାର। ମୁଁ ଆପଣଙ୍କ ହାବଭାବ ବୁଝିପାରୁଛି। ଆପଣଙ୍କ କହିବାର ଉଦ୍ଦେଶ୍ୟ ଠିକ୍‌ ଲାଗୁନାହିଁ। ରାଜ୍ୟ ସଭାରେ ଆମେ ସମସ୍ତେ ଏକାଠି ଅଛୁ। ଜୟାଙ୍କ ଏହି ମନ୍ତବ୍ୟ ପରେ ଧନଖଡ଼ କହିଥିଲେ ଯେ, ନିର୍ଦେଶକଙ୍କ ବିନା ଅଭିନେତା କିଛି ନୁହନ୍ତି। ମୁଁ ଯାହାସବୁ ଦେଖିଆସିଛି ଆପଣ ସେସବୁ ଦେଖିନାହାନ୍ତି। ଆପଣ ଯେତେବଡ଼ ତାରକା ହୁହନ୍ତୁ, ସଂସଦରେ ସେୟା ହେବ ଯାହା ନିୟମକାନୁନରେ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories