www.samajalive.in
Saturday, December 6, 2025
19.1 C
Bhubaneswar

ବିନା ପାସପୋର୍ଟ ଓ ଆଇଡି କାର୍ଡରେ କରିପାରିବେ ବିମାନ ଯାତ୍ରା

ନୂଆଦିଲ୍ଲୀ : ଏଣିକି ବିନା ପାସପୋର୍ଟ ଓ ଆଇଡି କାର୍ଡରେ ବିମାନଯାତ୍ରା ସମ୍ଭବ ହେବ ।  ସାଧାରଣତଃ ବିମାନବନ୍ଦରରେ ପହଞ୍ଚିବା ପରଠୁ ବିମାନରେ ବସିବା ଭିତରେ ଅନେକ ପ୍ରକ୍ରିୟା ଥାଏ । ଏସବୁ ପୂରଣ କରିବା ପରେ ହିଁ ବିମାନ ଯାତ୍ରା ଆରମ୍ଭ ହୋଇଥାଏ । ପାସପୋର୍ଟ ଓ ଆଇଡିଠୁ ଆରମ୍ଭ କରି ସମସ୍ତ ସାମଗ୍ରୀର ଚେକିଂ ଭଳି ସିକ୍ୟେରିଟି ପ୍ରକ୍ରିୟାକୁ ପାର କରିବା ପରେ ଯାତ୍ରୀ ବିମାନରେ ବସିଥାଏ । କିନ୍ତୁ ଏଣିକି ପାସପୋର୍ଟ, ଆଇଡି ଦେଖାଇବା, ଚେକ୍-ଇନ୍ ଏବଂ ବୋର୍ଡିଂ ପ୍ରକ୍ରିୟାକୁ ବାଦ୍ ଦେଇହେବ । ଏହା ଆବୁ ଧାବୀର ଜାୟଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଖୁବ୍ ଶୀଘ୍ର ସମ୍ଭବ ହେବାକୁ ଯାଉଛି ।

ଆବୁ ଧାବୀର ଜାୟଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଯାତ୍ରାରେ ଏହି କ୍ରାନ୍ତିକାରୀ ପରିବର୍ତ୍ତନ ଆସିବାକୁ ଯାଉଛି । ଇନୋଭେଟିଭ୍ ସ୍ମାର୍ଟ ଟ୍ରାଭେଲ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ବିମାନବନ୍ଦରରେ ଅତ୍ୟାଧୁନିକ ଟେକ୍ନୋଲୋଜି ଲାଗୁ ହୋଇଯିବ । ପ୍ରତି ସ୍ଥାନରେ ସେନ୍ସର ଲଗାଯିବ । ଏଥିରେ ଯାତ୍ରା ଅନୁଭୂତି ଅଧିକ ସୁରକ୍ଷିତ ଏବଂ ସୁବିଧାଜନକ ସହ ଶୀଘ୍ର ମଧ୍ୟ ହୋଇପାରିବ ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories