www.samajalive.in
Sunday, December 14, 2025
17.1 C
Bhubaneswar

ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ

ରାଇକିଆ : ରାଇକିଆ ବନ ବିଭାଗ କାର୍ଯ୍ୟାଳୟ ପରିସରରେ ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବୁଧବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିଲେ ଏହାକୁ ରୋକିବା କାଠିକର ପାଠ ହୋଇଥାଏ । ଜଙ୍ଗଲରେ ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି  ବିଭିନ୍ନ ଜଙ୍ଗଲ ଯାତ ଦ୍ରବ୍ୟ ପର୍ଯ୍ୟନ୍ତ ବ୍ୟାପକ କ୍ଷୟ କ୍ଷତି ହୋଇଥାଏ । ସଚେତନତା ମାଧ୍ୟମରେ ଏହାକୁ ରୋକାଯାଇ ପାରିବ ବୋଲି ଅତିଥିମାନେ ପ୍ରକାଶ କରିବା ସହ ଏ ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବରୁ କଲେଜ ଛାତ୍ରୀ ଛାତ୍ର ଏବଂ ବନ ସଂରକ୍ଷଣ ସମିତି ସଦସ୍ୟଙ୍କୁ ନେ଼ଇ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା । ବନ ବିଭାଗ ଅଧିକାରୀ ରେଞ୍ଜର ଯୁଧିଷ୍ଠିର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏସିଏଫ୍ ଶ୍ୱେତାଲିନ ସାହୁ, ଅଗ୍ନିଶମ କର୍ମଚାରୀ କାଳୁ ଚରଣ ମହାନ୍ତି ଯୋଗ ଦେଇଥିଲେ । ଫରେଷ୍ଟର ଉଷଦ କହଁର, ଫରେଷ୍ଟ ଗାର୍ଡ ଅଙ୍ଗଦ ଦିଗାଲ, ଲିଲି ମଲ୍ଲିକ, ଉର୍ଶିଲା ପ୍ରଧାନ, ନର୍ମଦା ମହାରଣା,ଦୁର୍ଗା ଶଙ୍କର ପ୍ରଧାନ, ଶାନ୍ତନୁ ବ୍ରହ୍ମା, ମୁକେଶ ପ୍ରଧାନ ପରିଚାଳନା କରିଥିଲେ । ଟିମ୍ ଲିଡର ସଞ୍ଜୟ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories