www.samajalive.in
Monday, December 15, 2025
15.1 C
Bhubaneswar

ସବୁ ଧାର୍ମିକ ସ୍ଥଳର ବିଚାର ବିଭାଗୀୟ ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ମନ୍ଦିର, ମସଜିଦ, ଚର୍ଚ୍ଚ, ଦାତବ୍ୟ ଅନୁଷ୍ଠାନ ଆଦି ଦେଶର ସମସ୍ତ ଧାର୍ମିକ ସ୍ଥଳର ଯାଞ୍ଚ ହେବ। ଏଥିପାଇଁ ଦେଶର ସମସ୍ତ ଜିଲା ମାଜିଷ୍ଟ୍ରେଟ୍‍ଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଧାର୍ମିକ ବ୍ୟକ୍ତି ଓ ଭକ୍ତମାନଙ୍କ ପ୍ରବେଶ ଓ ଦର୍ଶନ ସୁବିଧା, ଧାର୍ମିକ ସ୍ଥଳରେ ସ୍ୱାସ୍ଥ୍ୟକର ପରିବେଶ, ସମ୍ପତ୍ତି ସ୍ଥିତି ଓ ପରିଚାଳନା, ଆୟବ୍ୟୟର ହିସାବପତ୍ର ଆଦି ସମ୍ପର୍କରେ ଜିଲା ମାଜିଷ୍ଟ୍ରେଟ୍‍ ଯାଞ୍ଚ କରି ସମ୍ପୃକ୍ତ ରାଜ୍ୟର ହାଇକୋର୍ଟଙ୍କୁ ରିପୋର୍ଟ ଦେବେ। ଏଥିସହିତ କୌଣସି ଭକ୍ତ, ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ଧାର୍ମିକ ସ୍ଥଳରେ ହେଉଥିବା ଅବ୍ୟବସ୍ଥା ଓ ବିଭ୍ରାଟ ସମ୍ପର୍କରେ ଦେଶର ଯେ କୌଣସି ସ୍ଥାନରେ ଜିଲା ଜଜ୍‍ଙ୍କ ନିକଟରେ ଅଭିଯୋଗ କିମ୍ବା ଆବେଦନପତ୍ର ଦାଖଲ କରିପାରିବେ। ଉକ୍ତ ରିପୋର୍ଟ ଓ ଆବେଦନକୁ ଜନସ୍ୱାର୍ଥ ମାମଲା ଭାବରେ ଗ୍ରହଣ କରାଯିବ।
ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ବିଚାରପତି ଆଦର୍ଶ କେ ଗୋୟଲ୍‍ ଓ ଏସ ଅବଦୁଲ୍‍ ନଜିରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ କୌଣସି ଧାର୍ମିକ ସ୍ଥଳରେ ହେଉଥିବା ପରିଚାଳନାଗତ ବିଭ୍ରାଟ କେବଳ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ସମସ୍ୟା ନୁହେଁ, ବିଚାରାଳୟ ମଧ୍ୟ ସେଥିପାଇଁ ଉଦ୍‍ବିଗ୍ନ।
ସୂଚନାଯୋଗ୍ୟ, ଦେଶରେ ପ୍ରାୟ ୨୦ ଲକ୍ଷ ମନ୍ଦିର, ୩ ଲକ୍ଷ ମସ୍‍ଜିଦ୍‍, ସହସ୍ରାଧିକ ଚର୍ଚ୍ଚ ରହିଛି। ସେଠାରେ ପରିଚାଳନାଗତ ଅପରାଗତା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ କୋର୍ଟକଚେରୀରେ ମାମଲା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ ସୁପ୍ରିମକୋର୍ଟ ସମେତ ବିଭିନ୍ନ ହାଇକୋର୍ଟ ଓ ତଳକୋର୍ଟମାନଙ୍କରେ ପର୍ଯ୍ୟାପ୍ତ ବିଚାରପତି ପଦ ଖାଲି ପଡ଼ିିଛି। ଏଣୁ ବିଚାରାଧୀନ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆମିକସ୍‍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‍ଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏକ ମାମଲା ଗ୍ରହଣ କରି ଉପରୋକ୍ତ ରାୟ ଦେଇଛନ୍ତି।
କେତେକ ରାଜ୍ୟରେ ଏଭଳି ଅନେକ ମନ୍ଦିର ରହିଛି ଯାହା କୌଣସି ନୀତି ନିୟମ ବିନା ଚାଲିଛି। କେବଳ ତାମିଲନାଡ଼ୁରେ ଏଭଳି ୭୦୦୦ ମନ୍ଦିର ଥିବା ଆମିସ୍‍କ୍ୟୁରି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ତେଣୁ ସେହି ସବୁ ମନ୍ଦିରରେ ପରିଚାଳନାଗତ ସୁଧାର ଆଣିବା ପାଇଁ ଜିଲା ପ୍ରଶାସନ ଏବଂ ନ୍ୟାୟାଳୟ ହସ୍ତକ୍ଷେପ କରିପାରିବେ ବୋଲି ସୁୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିରରେ ପରିଚାଳନା ଓ ପ୍ରଶାସନିକ ଅବ୍ୟବସ୍ଥା, ଦର୍ଶନ ବ୍ୟବସ୍ଥାରେ ବିଶୃଙ୍ଖଳା ଓ ଅନିୟମିତତା ସମ୍ପର୍କରେ ମୃଣାଳିନୀ ପାଢ଼ିଙ୍କ ପକ୍ଷରୁ ଆଗତ ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ଗତ ଜୁନ୍‍ ୮ ତାରିଖରେ ଏକ ଯୁଗାନ୍ତକାରୀ ନିର୍ଦେଶ ଦେଇଥିଲେ। ଶ୍ରୀମନ୍ଦିରରେ ପରିଚାଳନା ବିଭ୍ରାଟ ସମ୍ପର୍କିତ ଅଭିଯୋଗର ତଦନ୍ତ କରି ଜୁନ୍‍ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ପୁରୀ ଜିଲା ଜଜ୍‍ଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଏଥିସହିତ ଶ୍ରୀମନ୍ଦିରରେ ଦୀର୍ଘ ଦିନରୁ ଚଳି ଆସିଥିବା ପ୍ରଥା ଓ ପରମ୍ପରାରେ କେତେକ ପରିବର୍ତ୍ତନ, ସେବାୟତଙ୍କ ଆଚରଣରେ ଶୃଙ୍ଖଳା, ଭକ୍ତଙ୍କ ଦାନ ଦକ୍ଷିଣା ଉପରେ ସେବାୟତଙ୍କ ଅଧିକାର ଉପରେ କଟକଣା ପାଇଁ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିରର ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ଜନମତ, ସ୍ଥିତି ଓ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ରିପୋର୍ଟ ଦେବାକୁ ଆମିସ୍‍କ୍ୟୁରି ଗୋପାଳ ସୁବ୍ରମଣ୍ୟନ୍‍ଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ସଦ୍ୟ ନିର୍ଦେଶ ପୁରୀ ଶ୍ରୀମନ୍ଦିର ସମ୍ପର୍କିତ ରାୟ ଉପରେ ପର୍ଯ୍ୟବସିତ ବୋଲି କୁହାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories