nua o banner

ସାମ୍ବାଦିକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେଲେ  କପିଲ୍‌ ଶର୍ମା:ଅପରାଧିକ ମାମଲା ରୁଜୁ

BSKY banner  750×100
0

ମୁମ୍ବାଇ:  ଫୋନ୍‌ରେ ଅଶ୍ରାବ୍ୟ ଭାଷାରେ ସାମ୍ବାଦିକଙ୍କୁ ଗାଳି ଦେବା ହାସ୍ୟ ଅଭିନେତା କପିଲ୍‌ ଶର୍ମାଙ୍କୁ ମହଙ୍ଗା ପଡିଛି । ବିମାନରେ ନିଜର ସହ ଅଭିନେତା ସୁନୀଲ ଗୋରଭରଙ୍କୁ ଚାପୁଡା ମାରିବା ପରେ କପିଲ ଶର୍ମାଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା । ଏହାପରେ କମେଡି ନାଇଟ୍‌ ଓ୍ୱିଥ୍‌ କପିଲ୍‌ ସୋ ବନ୍ଦ ହୋଇଯାଇଥିଲା ।

ତାଙ୍କର ନୂଆ ସୋ ବି ଲୋକ ପ୍ରିୟତା ହାସଲ କରି ନ ଥିଲା ।  ତାଙ୍କର ସୋ ବନ୍ଦ ହେବା ନେଇ ସ୍ପଟ ବୟ ନାମକ ପୋର୍ଟାଲରେ ଖବର ପ୍ରକାଶିତ ହୋଇଥିଲା । ଏଥିରେ କପିଲ ଶର୍ମା ରାଗିଯାଇ ପୋର୍ଟାଲର  ସାମ୍ବାଦିକ ଭିକି ଲାଲାଓ୍ୱାନିଙ୍କୁ ଫୋନ୍‌ରେ ଅତି ଅଶ୍ରାବ୍ୟ ଭାଷାରେ ଗାଳି ଦେଇଥିଲେ । କେବଳ ସେତିକି  ଟ୍ୱିଟରରେ ଅତି ଖରାପ କଥା ଲେଖିଥିଲେ ।  ଏହା ସହ କପିଲ୍‌ ଶର୍ମା ନିଜର ପୂର୍ବତନ ମ୍ୟାନେଜର, ପୂର୍ବତନ କଥିତ ପ୍ରେମିକା  ପ୍ରୀତି ସିମୋସ୍‌ ଓ ତାଙ୍କର ଭଉଣୀ ନୀତି ସିମୋସ୍‌ , ସ୍ପଟବୟ ର ସାମ୍ବାଦିକ ଭିକି ଲାଲଓ୍ୱାନିଙ୍କ ନାମରେ ମାମଲା ରୁଜୁ କରିଥିଲେ । ଏହାପରେ ଭିକି ଲାଲାଓ୍ୱାନି  କପିଲ୍‌ ଶର୍ମା ଅଶ୍ରାବ୍ୟ ଭାଷାରେ ଗାଳି ଦେଇଥିବା ଅଡିଓ ରେକର୍ଡ ପ୍ରମାଣ ସହ ତାଙ୍କୁ ବିଭିନ୍ନ ପ୍ରକାରର ଧମକ ଦିଆଯାଇଥିବା ଅଭିଯୋଗ  ସହ ଏକ ଅପରାଧିକ ମାମଲା ରୁଜୁ କରିଛନ୍ତି ।

ଏବେ କପିଲ୍‌ ଶର୍ମାଙ୍କ ଏହି ଗାଳି ୟୁ-ଟ୍ୟୁବ ସହ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Leave A Reply