ସାମ୍ବାଦିକ ଧରିଲେ ଦୁଇଟି ବିଷଧର ସାପ – ସୁରକ୍ଷିତ ଭାବେ ନେଇ ଜଙ୍ଗଲରେ ଛାଡିଲେ

ପାତ୍ରପୁର- ସାପଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲେ ଛାଡୁଛନ୍ତି ଜଣେ ସାମ୍ବାଦିକ । ପାତ୍ରପୁରରେ ଗତ ରାତିରେ ଏକ ରଣାସାପକୁ ଧରି ଜଙ୍ଗଲରେ ଛାଡିବାର ବାଇଶି ଘଣ୍ଟା ନପୁରୁଣୁ   ଏକ ନାଗସାପ ଉଦ୍ଧାର କରି ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି ଜଣେ ସାମ୍ବାଦିକ।

ବୁଧବାର ରାତିରେ ବେ ଭ୍ରମରପୁର ପଞ୍ଚାୟତ ସମାସିଙ୍ଗି ଶାସନ ଗ୍ରାମର ଆମ୍ବ ତୋଟାରୁ ଏକ ରଣାସାପ ଘର ମୁହାଁହେଉଥିବା ନାରାୟଣ ନାଇକ ନାମକ ବ୍ୟକ୍ତି ଦେଖିଥିଲେ । ସେ ଭୟରେ ଡାକ ଛାଡିବାରୁ ସେଠାରେ ଥିବା ସାମ୍ବାଦିକ ରବୀନ୍ଦ୍ରକୁମାର ମିଶ୍ର ଏବଂ ତାଙ୍କ ସାନ ଭାଇ ଅବସରପ୍ରାପ୍ତ ଯବାନ ସାପଟିକୁ ଉଦ୍ଧାର କରିବା ପାଇଁ ଆସିଥିଲେ । ତେବେ ସାପଟି ଜଳସେଚନ ବିଭୀଗର ଏକ ନାଳ ମଧ୍ୟରେ ପଶି ଯାଇଥିଲା।

prayash

ପରେ ଏହି ଦୁଇ ଜଣ ସାପକୁ ସୁରକ୍ଷିତ ଭାବେ ଧରି ଗ୍ରାମ ବାହୁଦା ନଦୀ ଅପର ପାର୍ଶ୍ୱରେ ଥିବା ନନ୍ଦିଆ ପାହାଡ ରେ ଛାଡିଥିଲେ।  ଏହାର ବାଇଶି ଘଣ୍ଟା ପରେ ସାମ୍ବାଦିକ ଙ୍କ ବାଡ଼ିରୁ ଆଉ ଏକ ନାଗ ସାପ ଉଦ୍ଧାର ହୋଇଛି । ବାଡିରେ ମହିଳାମାନେ ବସି କଥା ହେଉଥିବା ବେଳେ ଗୋଟିଏ ନାଗ ସାପ ଦେଖିଥିଲେ । ସେମାନଙ୍କ ଠାରୁ   ଖବରପାଇ  ଏହି ଦୁଇ ଭାଇ ସାପଟିକୁ ଧରି ପୂର୍ବରୁ ଛାଡିଥିବା ପାହାଡରେ ଛାଡ଼ିଥିଲେ ।

ଏହି ଗ୍ରାମରେ ସାପମାନଙ୍କୁ ହତ୍ୟା  ନକରି ସୁରକ୍ଷିତ ଭାବେ ଧରି ଜଙ୍ଗଲରେ ଛାଡିବା ପରମ୍ପରା ରହିଛି । । ଗ୍ରାମର ଅଧିକାଂଶ ଯୁବକ ସାପ ଧରିବା ପ୍ରଶିକ୍ଷଣ ନେଇଛନ୍ତି ଏବଂ ଏମାନଙ୍କୁ ପାହାଡରେ ଛାଡ଼ୁଛନ୍ତି ।ଦୁଇ ମାସ ତଳେ ଗୋଟିଏ ଏଗାର ଫୁଟଲମ୍ବର ଅଜଗର ଏଠାରୁ ଉଦ୍ଧାର କରାଯାଇଥିଲା ।

Comments are closed.