www.samajalive.in
Friday, December 5, 2025
17.1 C
Bhubaneswar

କରୋନାରେ ମୃତ୍ୟୁ ବରଣ କରିଥିଲେ ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢ଼ୀ, ରାଜ୍ୟ ସରକାର ଦେଲେ ୧୫ ଲକ୍ଷ ଟଙ୍କା ଅନୁମ୍ପାମୂଳକ ସହାୟତା ରାଶି

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସେପ୍ଟେମ୍ବର ୨୯ ତାରିଖ ଦିନ କୋଭିଡ୍‌-୧୯ରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢ଼ୀଙ୍କ ପତ୍ନୀ ସବିତା ପାଢ଼ୀଙ୍କୁ ପ୍ରଦାନ ପାଇଁ ‘ସାମ୍ବାଦିକ କଲ୍ୟାଣ ପାଣ୍ଠି’ରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମଞ୍ଜୁର କରିଛନ୍ତି। ସ୍ୱର୍ଗତ ପାଢ଼ୀ ଓଡ଼ିଆ ଦୈନିକ ‘ପ୍ରମେୟ’ ପାଇଁ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରୁଥିଲେ।

 

- Advertisement -

କନ୍ଧମାଳ ଜିଲାରେ ‘ପ୍ରମେୟ’ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢ଼ୀ କରୋନା ଆକ୍ରାନ୍ତ ହୋଇ ଗତ ସେପ୍ଟେମ୍ବର ୨୯ ରେ ଭୁବନେଶ୍ୱରସ୍ଥିତ କିମସ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତରେ ମୃତ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହି ସହାୟତା ରାଶି ମୃତ ସାମ୍ବାଦିକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଦାନ କରାଯିବ ବୋଲି ନିର୍ଦେଶ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆଜି ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢ଼ୀଙ୍କ ପତ୍ନୀ ସବିତା ପାଢ଼ୀଙ୍କୁ ଏହି ୧୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ପକ୍ଷରୁ ମଞ୍ଜୁର କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ ଯେ ରାଜ୍ୟରେ କରୋନା ଯୁଦ୍ଧରେ ହାରିଯାଇଥିଲେ ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢୀ। ସେପ୍ଟେମ୍ବର ୨୯ ତାରିଖ ସକାଳ ୭ ଘଟିକା ସମୟରେ ଭୁବନଶ୍ୱେର କିମ୍‌ସ କୋଭିଡ କେୟାର ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ପ୍ରଥମେ ହୋଇଥିବା କରୋନା ପରୀକ୍ଷାରେ ସେ ନେଗେଟିଭ୍ ଥିଲେ ପରବର୍ତ୍ତି ସମୟରେ ତାଙ୍କର ଜ୍ୱର , କାଶ ଭଳି ବିଭିନ୍ନ ଅସୁସ୍ଥତା ଦେଖାଯାଇଥିଲା। ହୋମ୍ ଆଇସୋଲେସନରେ ରହି ସେ ଔଷଧ ଖାଉଥିଲେ ମଧ୍ୟ ସେପ୍ଟେମ୍ବର ୨୪ ତାରିଖରେ ସେ ଗରୁତ୍ୱର ହୋଇ ପଡିଥିଲେ। କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତରେ ତାଙ୍କୁ ଫୁଲବାଣୀ କୋଭିଡ଼୍ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୁନଃ ପରୀକ୍ଷା ପରେ ସେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିଲେ।। କରୋନା ଚିକିତ୍ସା ପରେ ପ୍ରଥମେ ସେ କିଛିଟା ସୁସ୍ଥ ଅନୁଭବ କରିଥିଲେ। କିନ୍ତୁ ପରବର୍ତ୍ତି ସମୟରେ ଗୁରୁତର ହୋଇପଡିଥିଲେ। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଦ୍ୱାରା ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ୱର କିମ୍‌ସ ହସପିଟାଲକୁ ନିଆଯାଇଥିଲା। କିମ୍‌ସ ହସ୍‌ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ସେପ୍ଟେମ୍ବର ୨୯ରେ  ତରିଣୀ ଚନ୍ଦ୍ର ପାଢ଼ୀଙ୍କ ପରଲୋକ ହୋଇଥିଲା।
ସ୍ୱର୍ଗତ ତାରିଣୀ ଚନ୍ଦ୍ର ପାଢୀଙ୍କ ନିଜ ଘର ନବରଙ୍ଗପୁର ଅଞ୍ଚଳରେ। ଶ୍ରୀ ପାଢୀ ଗତ ପ୍ରାୟ ଦେଢ ବର୍ଷ ହେଲା କନ୍ଧମାଳ ଜିଲାରେ ‘ପ୍ରମେୟ’ର ଜିଲା ପ୍ରତିନିଧି ଭାବରେ କାର୍ଯ୍ୟ କରି ଆସୁଥିଲେ। ସେ ପେଷାରେ ଜଣେ ସାମ୍ବାଦିକ ହୋଇଥିଲେ ହେଁ କବିତା, ସଙ୍ଗୀତ ଓ ଚିତ୍ର ଆଦି କଳାରେ ତାଙ୍କର ବିଶେଷ ରୁଚି ରଖିଥିଲେ । ସେ ଜଣେ ମେଳାପି ଓ ମିଷ୍ଟଭାଷୀ ହୋଇଥିବାବେଳେ କନ୍ଧମାଳ ଜିଲାରେ ସମାଜସେବୀ ବ୍ୟକ୍ତି ଭାବରେ ସୁପରିଚିତ ହୋଇ ପାରିଥିଲେ।। ବର୍ତ୍ତମାନ ତାଙ୍କର ସ୍ତ୍ରୀ ଏବଂ ଦୁଇ ଝିଅ ଅଛନ୍ତି। ପୂର୍ବରୁ ତାଙ୍କର ପରିବାର ବାଲେଶ୍ୱରରେ ଥିଲେ । ଲକ୍ଡ଼ାଉନ୍ ଯୋଗୁଁ ସମସ୍ତ ପରିବାର ଫୁଲବାଣୀରେ ଭଡ଼ାଘରେ ରହୁଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories