www.samajalive.in
Friday, December 5, 2025
26.1 C
Bhubaneswar

ଚେନ ଲୁଟିଆ ଗିରଫ : ୨ ବାଇକ ସମେତ ସୁନା ଚେନ ଜବତ

ସମ୍ବଲପୁର: ସମ୍ବଲପୁର ଜିଲାରେ ଅପରାଧିକ ଗତିବିଧି ଢ଼େର ବୃଦ୍ଧି ପାଉଥିବା ବେଳେ ଗତ ମାସ ଅଇଁଠାପାଲି ଥାନା ଅଞ୍ଚଳରେ ଅଚାନକ ସିରିଜ ସୁନା ଚେନ ଲୁଟ ମାମଲା ବୃଦ୍ଧି ପାଇଥିଲା। ଫଳରେ ଚେନ ଲୁଟ ମାମଲା ଗୁଡିକର ଅପରାଧିମାନଙ୍କୁ ଧରିବା ପାଇଁ ଅଇଁଠାପାଲି ଥାନାଧିକାରୀ ଯୋଗେଶ ପଣ୍ଡାଙ୍କ ନେତୃତ୍ୱରେ ଅଇଁଠାପାଲି ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡକୁ ମିଶାଇ ୩ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇ ତଦନ୍ତ କରାଯାଉଛି। ପୁଲିସ ଦଳ ଚେନ ଲୁଟିଆମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଅଭିଯାନ ପରେ ବୁଧବାର ଚେନ ଲୁଟ ମାମଲା ଗୁଡିକର ମୁଖ୍ୟ ଅଭିଯୁକ୍ତ ହାଇଦର ଅଲ୍ଲୀକୁ ଧରିବାରେ ସଫଳ ହୋଇଛି ବୋଲି ଜିଲା ପୁଲିସ ସୂଚନା ଦେଇଛି।

ସଦର ଏସଡିପିଓ ତପନ କୁମାର ମହାନ୍ତିଙ୍କ ସୂଚନାନୁଯାୟୀ, ଗତ ମାସ ୩ଟି ଚେନ ଲୁଟ ମାମଲାର ମୁଖ୍ୟ ଅଭିଯୁକ୍ତ ନୂଆପଡା ଜିଲା ଯୋଙ୍କ ଥାନା ଅର୍ନ୍ତଗତ ଖରିଆର ରୋଡର ଧୋବିପଡା ଇରାନୀବସ୍ତିର ନିବାସୀ ହାଇଦର ଅଲ୍ଲୀକୁ ଧରିଛି। ଅଭିଯୁକ୍ତ ହାଇଦର ଠାରୁ ପୁଲିସ ଏକ ନମ୍ବର ବିହୀନ କଳା ରଙ୍ଗର ପଲସର ବାଇକ, ଗୋଟିଏ ହୋଣ୍ଡା ସାଇନ ବାଇକ (ସିଜି-୧୦-ଇଏମ-୫୯୨୮) ଏବଂ ୨ଟି ସୁନା ଚେନ ଜବତ କରିଛି। ପୁଲିସ ଜେରା ସମୟରେ ସେ ଅପରାଧ ସ୍ୱିକାର କରିଥିବାରୁ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଏସଡିପିଓ ମହାନ୍ତି କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୩ ତାରିଖ ସକାଳ ପ୍ରାୟ ସାଢ଼େ ୯ଟାରେ ଏସଆରଆଇଟି କଲୋନୀର ସୁର୍ଯ୍ୟକାନ୍ତି ବେହେରାଙ୍କଠାରୁ ବୁଢ଼ାରଜାର ହନୁମାନ ମନ୍ଦିର ନିକଟରୁ ଚେନ ଲୁଟ (ମାମଲା ନଂ ୪୪୯/୨୦୨୦), ସେପ୍ଟେମ୍ବର ୨୦ ତାରିଖ ରାତ୍ରି ପ୍ରାୟ ୮ଟା ସମୟରେ ଦୀପକ ରାୟଙ୍କ ଠାରୁ ଅଇଁଠାପାଲିରୁ ବୁଢ଼ାରଜା ମୁଖ୍ୟ ରାସ୍ତାର ଆସ୍ଥା ନର୍ସିଂହୋମ ସମ୍ମୁଖରୁ ଚେନ ଲୁଟ (ମାମଲା ନଂ ୪୭୫/୨୦୨୦) ଏବଂ ବୁଢ଼ାରଜା ସ୍କୁଲରୁ କ୍ରିଷ୍ଣ ମିଷ୍ଟାନ ଦୋକାନ ମଧ୍ୟରେ ମୁଖ୍ୟ ରାସ୍ତାରେ ଲକ୍ଷ୍ମୀ ଡୁଙ୍ଗୁରୀର ତେଜସ୍ୱିନୀ ଦାସ ଙ୍କ ଠାରୁ ୨୪ ସେପ୍ଟେମ୍ବର ଦିନ ପ୍ରାୟ ୧ଟା ୩୦ରେ ଚେନ ଲୁଟ (ମାମଲା ନଂ ୪୮୩/୨୦୨୦) ଘଟଣା ହୋଇଥିଲା। ଏହି ସମସ୍ତ ଘଟଣା ଗୁଡିକରେ ଦୁଇ ଜଣ ଅଜଣା ଯୁବକ ଙ୍କ ସମେତ ବାଇକର ବ୍ୟବହାର ହୋଇଥିଲା। ଏଣୁ ପୁଲିସ ଇଲୋକ୍ଟ୍ରୋନିକ୍ସ ସର୍ଭିଲାନ୍ସ ସହିତ ଅନ୍ୟାନ୍ୟ ସୂତ୍ରରୁ ସୂଚନା ପ୍ରାପ୍ତ କରି ମୁଖ୍ୟ ଅଭିଯୁକ୍ତକୁ ଧରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ବୋଲି ସମ୍ବଲପୁର ପୁଲିସ କହିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories