www.samajalive.in
Sunday, December 7, 2025
14.1 C
Bhubaneswar

ଅପରାଧିଙ୍କ ଉପରେ ଲଗାମ ପାଇଁ ସମ୍ବଲପୁର ପୁଲିସର ସ୍ୱତନ୍ତ୍ର ଅଭିଯାନ: ୭ ଜଣଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର: ସମ୍ବଲପୁର ଜିଲାରେ ଅପରାଧିକ ଗତିବିଧି ଢ଼େର ବୃଦ୍ଧି ପାଉଥିବାରୁ ପୁଲିସ ତରଫରୁ ଅପରାଧିମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଗତ ୯ ତାରିଖରୁ ଚଳାଯାଉଛି। ସମ୍ବଲପୁର ତଥା ଆଖପାଖର ବିଭିନ୍ନ ଥାନାଞ୍ଚଳ ଗୁଡିକରେ ଚଢ଼ଉ ସମୟରେ ପୁଲିସ ବିଭିନ୍ନ ଅପରାଧିକ ମାମଲାରେ ଅପରାଧିମାନଙ୍କୁ ଧରିଛି।

ପୁଲିସର ସୂଚନାନୁଯାୟୀ, ୧୦ ଓ ୧୧ ତାରିଖ ରାତ୍ରିରେ ଚଢ଼ଉ ସମୟରେ ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଭୟଭୀତ କରି ଟଙ୍କା ଦାବି ଅଭିଯୋଗରେ ୩ ଜଣ, ବେଆଇନ ନିଶା କାରବାର ଅଭିଯୋଗରେ ୩ ଜଣଙ୍କୁ ଓ ବେଆଇନ ସଟ୍ଟା କାରବାର ଅଭିଯୋଗରେ ଜଣକୁ ପୁଲିସ ବୁଧବାର କୋର୍ଟ ଚାଲାଣ କରିଛି। ଏହା ସହିତ ଚଢ଼ଉ ଅଭିଯାନ ସମୟରେ ସଟ୍ଟା ଓ ଜୁଆ କାରବାର ଏବଂ ନିଶା କାରବାରରେ ସଂପୃକ୍ତ ୯ ଜଣଙ୍କୁ ପୁଲିସ ଗିରଫ କରିଛି।

- Advertisement -

ପୁଲିସ ଟଙ୍କା ଦାବି ଅଭିଯୋଗରେ ଟାଉନ ଥାନା ଅର୍ନ୍ତଗତ ଆମ୍ବେଦକର ନଗର ନିବାସୀ ଅକ୍ଷୟ କୁମାର ତନ୍ତୀ (୨୯), ସାହୁ କଲୋନୀ ନିବାସୀ ବିନୋଦ ସ୍ୱାଇଁ (୨୫) ଓ ଅଇଁଠାପାଲି ଥାନା ଅର୍ନ୍ତଗତ କରମଟୋଲି ନିବାସୀ ସଞ୍ଜୟ ଖଡିଆ (୨୫) ଙ୍କୁ ଗିରଫ କରିଛି। ଏ ନେଇ ଯଥା କ୍ରମେ ଟାଉନ ଥାନାରେ ମାମଲା ନଂ ୪୨୫/୨୦୨୦ ଓ ୪୨୬/୨୦୨୦ ଏବଂ ଅଇଁଠାପାଲି ଥାନାରେ ମାମଲା ନଂ ୫୮୧/୨୦୨୦ ରୁଜୁ କରାଯାଇଛି।

ସେହିଭଳି ବେଆଇନ ନିଶା କାରବାର ଅଭିଯୋଗରେ ସଦର ଥାନା ଅର୍ନ୍ତଗତ ହାଟପଦା ମାନେଶ୍ୱର ନିବାସୀ ଜଗବନ୍ଧୁ ନାଗ (୨୪) ଓ ଶିଶିର ବେହେରା (୨୧) ଏବଂ ଧନୁପାଲି ଥାନା ଅର୍ନ୍ତଗତ ମୋତିଝରନ ନିବାସୀ ସର୍ଫରାଜ ଅହମଦ (୨୪) କୁ ଗିରଫ କରି ଯଥା କ୍ରମେ ୨୪୯/୨୦୨୦ ଓ ୪୫୪/୨୦୨୦ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି। ସେହିଭଳି କ୍ଷେତରାଜପୁର ଥାନା ଅର୍ନ୍ତଗତ ଚେରୁଆପଡା ନିବାସୀ ଏକଲବ୍ୟ ରଣା(୨୭)ଙ୍କୁ ବେଆଇନ ସଟ୍ଟା କାରବାର ଅଭିଯୋଗରେ ଗିରଫ କରାଯାଇ ମାମଲା ନଂ ୨୮୨/୨୦୨୦ ରୁଜୁ କରାଯାଇଛି। ବୁଧବାର ସମ୍ବଲପୁର ପୁଲିସ ବିଭିନ୍ନ ମାମଲାରେ ଗିରଫ କରାଯାଇଥିବା ୭ ଜଣଙ୍କୁ କୋର୍ଟ ଚାଲାଣ କରିଥିବାର ଏସଡିପିଓ ତପନ କୁମାର ମହାନ୍ତି କହିଛନ୍ତି। ତେବେ ବିଗତ କିଛି ଦିନ ହେବ ପୁଲିସର ସକ୍ରିୟତା ବୃଦ୍ଧି ପାଇଥିବା ସତ୍ୱେ କିନ୍ତୁ ଜିଲାରେ ବିଶେଷ କରି ସମ୍ବଲପୁର ତଥା ଆଖପାଖ ଅଞ୍ଚଳ ଗୁଡିକରେ ହତ୍ୟା, ଲୁଟ, ଛୁରାମାଡ, ନିଶା କାରବାର ଆଦି ଅପରାଧିକ ମାମଲାରେ ଢ଼େର ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories