www.samajalive.in
Saturday, December 6, 2025
17.1 C
Bhubaneswar

ନୀତିଶ କୁମାର ହେବେ ମୁଖ୍ୟମନ୍ତ୍ରୀ: ଅଧିକ ଆସନ ପାଇବା ସତ୍ବେ ବଦଳିବ ନାହିଁ ବିଜେପିର ଆଭିମୁଖ୍ୟ

ବିହାର ମୁଖ୍ୟମନ୍ତ୍ରୀ ଭାବରେ ପୁଣିଥରେ ଶପଥ ନେବେ ନୀତିଶ କୁମାର । ଏନଡ଼ିଏର ଅଂଶୀଦାର ଜେଡ଼ିୟୁଠାରୁ ଅଧିକ ଆସନ ବିଜେପି ପାଇଥିଲେ ହେଁ ଦଳ ନିଷ୍ପତ୍ତି ବଦଳାଇବ ନାହିଁ । ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ବୁଧବାର ନୀତୀଶକୁମାରଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ବିଜେପି ବିହାର ୨୪୩ ଟି ଆସନରୁ ୭୪ ଟି ଜିତିଥିବାବେଳେ ଜନତା ଦଳ ୟୁନାଇଟେଡ ୪୩ ଟି ଆସନରେ ବିଜୟ ହାସଲ କରିଛି । ସୁଶୀଲ ମୋଦୀ କହିଛନ୍ତି ନୀତିଶ ମୁଖ୍ୟମନ୍ତ୍ରୀ ରହିବେ, ପୂର୍ବରୁ ଏହା ଘୋଷଣା ହୋଇଛି ଓ ଏଥିରେ ଆମେ ଅଟର ରହିଛୁ । କିଏ ଅଧିକ ଆସନ ଜିତିଛି ବା କମ୍ ଜିତିଛି ତାହା ବଡ଼ କଥା ନୁହେଁ, ଆମେ ଉଭୟ ସରକାରରେ ସମାନ ଭାଗିଦାରୀ ରହିଛୁ ।

- Advertisement -

ସୂଚନାଯୋଗ୍ୟ ଯେ ବିହାରରେ ବିଜେପି କେବେ ବି ନିଜେ ସରକାର ଗଠନ କରିନାହିଁ ଏବଂ ନୀତୀଶ କୁମାରଙ୍କ ସମର୍ଥନ ବିନା ବିହାରରେ କ୍ଷମତା ବଜାୟ ରଖିପାରିନଥାନ୍ତା। କିନ୍ତୁ  ୨୦୨୦ ବିଧାନସଭା ନିର୍ବାଚନରେ ​​ଫଳାଫଳ ପରିସ୍ଥିତିକୁ ବଦଳାଇପାରେ କାରଣ ବିଜେପି ନେତାଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବା ପାଇଁ ବାଟ ତିଆରି କରିବ ଏହା ସ୍ପଷ୍ଟ ହୋଇ ଯାଇଛି ।

୨୪୩ ଟି ଆସନ ମଧ୍ୟରୁ ୧୨୫ ଟି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡ଼ିଏ ଏବଂ ୧୧୦ ଟି ଆସନରେ ମହାଗଠନବନ୍ଧନ ବିଜୟୀ ହୋଇଛି । ତେବେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏନଡ଼ିଏରୁ ବାହାରି ଏକାକୀ ନିର୍ବାଚନ ଲଢ଼ିଥିବା ଏଲଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇ ପାରିଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories