www.samajalive.in
Tuesday, December 9, 2025
16.1 C
Bhubaneswar

ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ପରଲୋକ

ରାଉରକେଲା: ରାଉରକେଲାର ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ରବିବାର ପରଲୋକ ହୋଇଛି। ଆଇଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ମଧୁମେହ ଓ ବୃକକ ଜନିତ ରୋଗରେ ପୀଡିତ ଥିଲେ। ରାଜେନ୍ଦ୍ର ହିନ୍ଦୀ ଖବରକାଗଜରୁ ସାମ୍ବାଦିକତା ଆରମ୍ଭ କରିଥିଲେ। ପରେ ଏସଟିଭିରେ କାମ କରିଥିଲେ। ଶେଷରେ ଇଟିଭି ଭାରତର ଓଡ଼ିଆ ପୋର୍ଟାଲର ପ୍ରତିନିଧିତ୍ବ କରୁଥିଲେ। ତାଙ୍କ ବିୟୋଗରେ ରାଉରକେଲାରେ ଗଭୀର ଶୋକ ପ୍ରକାଶ ପାଇଛି। ସହରର ବହୁ ସାମ୍ବାଦିକ ଆଇଜିଏଚ ଏବଂ ତାଙ୍କ ଘରକୁ ଯାଇ ସମବେଦନା ଜଣାଇଛନ୍ତି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories