www.samajalive.in
Monday, December 15, 2025
15.1 C
Bhubaneswar

ଅନୁଭବ ପ୍ରସଙ୍ଗ: ନିରବତା ଭାଙ୍ଗିଲେ ସାମ୍ବାଦିକା ଜାଗୃତି; ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମହିଳା କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଅଦାଲତରେ ରହିଛି । ଏହି ସ୍ଥିତିରେ ଅନୁଭବଙ୍କ ଏକ ଫେସବୁକ୍ ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟା ଓ ନକରାତ୍ମକ ଟୀପ୍ପଣୀ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସାମ୍ବାଦିକା ଜାଗୃତି ଶୁକ୍ଳା ।

ନିଜ ଫେସବୁକ୍ ଆକାଉଣ୍ଟ​‌ରେ ଜାଗୃତି ଅନୁଭବ ମହାନ୍ତିଙ୍କୁ ଜଣେ ସମ୍ମାନିତ ସାଂସଦ ବୋଲି ଅଭିହିତ କରି ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି ଏବଂ ଆନ୍ତରିକ ବୃତ୍ତିଗତ ସମ୍ପର୍କ ଆଦାନପ୍ରଦାନ କରନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

- Advertisement -
ଅନୁଭବଙ୍କ ଫେସବୁକ୍ ଆକାଉଣ୍ଟର ସେହି ଫଟୋ: ଯାହାକୁ ନେଇ ଜାଗୃତିଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରାଯାଇଥିଲା ।

ଜାଗୃତି ଲେଖିଛନ୍ତି “ତାଙ୍କ ବିବାହ ବିବାଦ କାରଣରୁ ସେ ଏବଂ ତାଙ୍କ ପରିବାର ସମୟର ପରୀକ୍ଷା ଚକ୍ର ମଧ୍ୟରେ ଗତି କରୁଛନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରସଙ୍ଗ ତାଙ୍କର ବ୍ୟକ୍ତିଗତ । ମାତ୍ର  ଆଜି ଯାହା ମୋତେ ସର୍ବସାଧାରଣରେ ଏହି ବାର୍ତ୍ତା ଏଇଥିପାଇଁ ଲେଖିବାକୁ  ବାଧ୍ୟ କରିଛି, ଯାହା ହେଉଛି ଅସୁସ୍ଥ, ଅପମାନଜନକ, ଅଗ୍ରହଣୀୟ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ଯେଉଁମାନେ ନିଜକୁ ବର୍ଷାଙ୍କ ପ୍ରଶଂସକ ବୋଲି କହୁଛନ୍ତି ତାଙ୍କ ପଛରେ ଠିଆ ହୋଇଛନ୍ତି, ସେମାନେ କିପରି ଅନ୍ୟ ଜଣେ ମହିଳାଙ୍କ ବିରୋଧରେ ଅପରିଚ୍ଛନ୍ନ ଓ ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି ?

ସେ ପୁଣି ଲେଖିଛନ୍ତି ଯେ ମୁଁ ଭାବୁଥିଲି ଏହି ଟ୍ରୋଲ କରୁଥିବା, ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିବା ଲୋକଙ୍କୁ ଜବାବ ଦେବାର କୌଣସି ଅର୍ଥ ନାହିଁ । ମାତ୍ର ଏହା ଏବେ ସମସ୍ତ ସୀମା ଅତିକ୍ରମ କରି ଯାଇଛି । ମୁଁ ଓ ମୋର ପରିବାର ଏଥିପାଇଁ ବିବ୍ରତ । ବର୍ତମାନ ଏହି ପ୍ରସଙ୍ଗ ପୁଲିସକୁ ଜଣାଇବି ଓ ଜଣେ ମହିଳାଙ୍କ ବିରୋଧରେ ଘୃଣ୍ୟ ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିବି ।  ମୁଁ ଜଣେ ଆତ୍ମନିର୍ଭରଶୀଳ ମହିଳା ଏବଂ ସମାଜରେ ନିଜ ପାଇଁ ଏକ ନାମ ସୃଷ୍ଟି କରିବାକୁ ମୁଁ ବହୁତ ସଂଘର୍ଷ କରିଛି। ମୁଁ ମୋର ପ୍ରତିଷ୍ଠାକୁ ଖରାପ କରିବାକୁ ଏବଂ ମୋତେ ଏହିପରି ବଦନାମ କରିବାକୁ କାହାକୁ ଅନୁମତି ଦେବି ନାହିଁ | ସେ କୌଣସି ବ୍ୟକ୍ତିବିଶେଷ କିମ୍ବା ଗଣମାଧ୍ୟମ ସଂଗଠନ ହେଉ,  ମୁଁ ବର୍ତ୍ତମାନ ଏହିପରି ସମସ୍ତ ଶକ୍ତି ଉପରେ ଆଇନ ଅନୁଯାୟୀ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଭାବୁଛି।’

ସେ ପୁଣି ଲେଖିଛନ୍ତି ଯେ  ମୋର ତଥା ପରିବାରର ସମ୍ମାନ ରକ୍ଷା କରିବାବେଳେ ମୁଁ ଚୁପ୍ ରହିବି ନାହିଁ ଏ କଥା କହିବାକୁ ବାଧ୍ୟ ହେଉଛି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜାତୀୟ ମହିଳା କମିଶନ ଏ କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛି ଏବଂ ମୋତେ ଓ ମୋର ପରିବାରକୁ ସମ୍ମାନଜନକ ଜୀବନଯାପନ କରିବାରେ ସହାୟତା କରନ୍ତୁ ବୋଲି ଅନୁରୋଧ କରୁଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories